ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଖୁବ୍ ଶୀଘ୍ର ଏକ ଐତିହାସିକ ପରିବର୍ତ୍ତନର ଆସିବାକୁ ଯାଉଛି। ଭାରତୀୟ ଉପଭୋକ୍ତାମାନେ ଯେପରି ଦେଶ ମଧ୍ୟରେ UPI ବ୍ୟବହାର କରୁଛନ୍ତି, ସେହିପରି ଆଗାମୀ ଦିନରେ ବିଦେଶରେ ମଧ୍ୟ ସିଧାସଳଖ UPI ମାଧ୍ୟମରେ ପେମେଣ୍ଟ କରିପାରିବେ।
Alipay+ ସହ UPI ଯୋଡ଼ାଯିବାକୁ ଆଲୋଚନା
ରିପୋର୍ଟ ଅନୁସାରେ, ସିଙ୍ଗାପୁର-ଭିତ୍ତିକ ଫିନଟେକ୍ କମ୍ପାନୀ Ant Internationalର ଗ୍ଲୋବାଲ୍ ପ୍ଲାଟଫର୍ମ Alipay+ ସହ UPIକୁ ସଂଯୁକ୍ତ କରିବା ନେଇ ଭାରତ ସରକାର ସ୍ତରରେ ଆଲୋଚନା ଚାଲିଛି। ଏହା ସାକାର ହେଲେ, UPI ଆନ୍ତର୍ଜାତୀୟ ପେମେଣ୍ଟ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ଯୋଡା ହେବ।
ବିଦେଶ ଯାତ୍ରୀଙ୍କୁ ମିଳିବ ସିଧାସଳଖ ଲାଭ
ଯେଉଁ ଦେଶ ଓ ବଜାରରେ Alipay+ ନେଟୱାର୍କ ଉପଲବ୍ଧ ଅଛି, ସେଠାରେ ଭାରତୀୟ ପର୍ଯ୍ୟଟକମାନେ ଦୋକାନ, ହୋଟେଲ, ରେଷ୍ଟୁରାଣ୍ଟ ଓ ବିଭିନ୍ନ ସେବା ପାଇଁ UPI ମାଧ୍ୟମରେ ସିଧାସଳଖ ପେମେଣ୍ଟ କରିପାରିବେ।ଏହାଦ୍ୱାରା ବିଦେଶୀ ମୁଦ୍ରା ବଦଳାଇବାର ଯଞ୍ଚାଳ କମିବା ଶା ଆନ୍ତର୍ଜାତୀୟ ଡେବିଟ୍/କ୍ରେଡିଟ୍ କାର୍ଡ ଚାର୍ଜରୁ ମଧ୍ୟ ମୁକ୍ତି ମିଳିବ।
Alipay+ ନେଟୱାର୍କ କେତେ ବଡ଼?
କମ୍ପାନୀ ସୂଚନା ଅନୁଯାୟୀ,Alipay+ ସହ ୧.୮ ବିଲିୟନରୁ ଅଧିକ ଉପଭୋକ୍ତା ଆକାଉଣ୍ଟ ଯୋଡ଼ା ୧୫୦ ରୁ ଅଧିକ ଦେଶ ଓ ଅଞ୍ଚଳରେ ଏହାର ସେବା ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଓ ଆମେରିକାରେ ଦୃଢ଼ ଉପସ୍ଥିତି।UPI ସହ ଏକୀକୃତ ହେଲେ, ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ବିଶ୍ୱସ୍ତରରେ ଆହୁରି ଶକ୍ତିଶାଳୀ ହେବ।
UPI: ଭାରତର ସବୁଠୁ ଲୋକପ୍ରିୟ ପେମେଣ୍ଟ ମାଧ୍ୟମ
ରଏଟର୍ସ ରିପୋର୍ଟ ଅନୁସାରେ,ପ୍ରତି ମାସେ UPI ମାଧ୍ୟମରେ ପ୍ରାୟ ୧୮ ବିଲିୟନ କାରବାର ହୁଏ।RBI ଏବଂ ସରକାର ଦୀର୍ଘଦିନ ଧରି ସୀମାପାର UPI ବ୍ୟବହାର ବଢ଼ାଇବାକୁ ଉଦ୍ୟମ କରୁଛନ୍ତି।
* ସରକାରୀ ମୋହର ଏପର୍ଯ୍ୟନ୍ତ ଲାଗିନି*
ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ଅର୍ଥ ମନ୍ତ୍ରଣାଳୟ, RBI କିମ୍ବା NPCI ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ। ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ସୁରକ୍ଷା, ନୀତି ଓ ଜାତୀୟ ସ୍ୱାର୍ଥକୁ ଧ୍ୟାନରେ ରଖି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।ଯଦି ଯୋଜନା ସଫଳ ହୁଏ ତେବେ UPI ପ୍ରକୃତରେ ଏକ ବିଶ୍ୱସ୍ତରୀୟ ପେମେଣ୍ଟ ସିଷ୍ଟମରେ ପରିଣତ ହେବ। ବିଦେଶ ଯାତ୍ରୀଙ୍କ ପାଇଁ ପେମେଣ୍ଟ ହେବ ସହଜ, ସୁରକ୍ଷିତ ଓ ତ୍ୱରିତ ।