ନୂଆଦିଲ୍ଲୀ (ଆମ ଟିଭି): ସଂସଦ ଅଧିବେଶନରେ ହଙ୍ଗାମା । ବିଭିନ୍ନ ପ୍ରସଙ୍ଗକୁ ନେଇ ହୋହଲ୍ଲା କଲେ ବିରୋଧୀ । ରାଜ୍ୟସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଙ୍ଗାମା ହୋଇଛି । ଦରବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ସଂସଦ ବାହାରେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିରୋଧୀ ସାଂସଦ କରିଛନ୍ତି ନାରାବାଜି । ବିଭିନ୍ନ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପ୍ରସଙ୍ଗରେ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟସଭା ମୁଲତବୀ ହୋଇଥିଲା । ଏହା ସହ ବେକାରୀ ପ୍ରସଙ୍ଗ, ଜିଏସଟି ପ୍ରସଙ୍ଗରେ ସାଂସଦମାନେ ହଟ୍ଟଗୋଳ କରିଥିଲେ, ଯାହାକୁ ନେଇ ଗୃହକାର୍ୟ୍ୟ ମୁଲତବି ହୋଇଥିଲା ।
ସେପଟେ ସଂସଦରେ ଗୃହକାର୍ୟ୍ୟ ପରିଚାଳନା ତଥା ସରକାରଙ୍କ ରଣକୌଶଳ ନେଇ କେତେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ଅମିତ ଶାହ, ପ୍ରହ୍ଲାଦ ଯୋଶୀ, ଅନୁରାଗ ଠାକୁର, ପୀୟୂଷ ଗୋଏଲ ପ୍ରମୁଖ ଉପସ୍ଥିତ ଥିଲେ । ସଂସଦରେ ସରକାର କିପରି ନିଜର ଷ୍ଟାଣ୍ଡ ରଖିପାରିବେ, ତାକୁ ନେଇ ଆଲୋଚନା ହୋଇଥିଲା ।