ଉର୍ମି ମୋସନ୍ସ ପ୍ରସ୍ତୁତ “କଳା ଦିଅଁ” ଭଜନ ଲୋକାର୍ପିତ*

0

ଉର୍ମି ମୋସନ୍ସ ପ୍ରସ୍ତୁତ ନୂଆ ଭଜନ *କଳା ଦିଅଁ* ଲୋକାର୍ପିତ ହୋଇଛି l ରାଜଧାନୀର ଏକ ତାରକା ହୋଟେଲରେ ଏହି ଭଜନର ଭଵ୍ୟ ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି l ଏହି ଅବସରରେ ବରିଷ୍ଠ ରାଜନେତା ସୁରେଶ କୁମାର ରାଉତରାୟ୍, ବରିଷ୍ଠ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି, କଣ୍ଠଶିଳ୍ପୀ ସୁସ୍ମିତା ଦାସ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ, ମୀରା ପରିଡା, ଦୂତୀ ଚାନ୍ଦ

ପ୍ରମୁଖ ଯୋଗଦେଇଥିଲେ l ସଂଗ୍ରାମ ରାଉତରାୟ, ପାର୍ଥସାରଥୀ ଜେନା ଏବଂ ଦୀପକ କୁମାର ନାୟକଙ୍କ ପରିକଳ୍ପନାରେ ଏହି ପ୍ରଡ଼କସନ୍ସ ହାଉସର ଶୁଭାରମ୍ଭ ହୋଇଛି l ଅନେକ ସ୍ବପ୍ନ ନେଇ କଳା ଜଗତକୁ ଖୁବ ଉର୍ଦ୍ଧ୍ୱକୁ ନେବା ସହିତ ଉନ୍ନତ ମାନର ମ୍ୟୁଜିକ ଭିଡିଓ ଏବଂ ସର୍ଟ ଫିଲ୍ମ ଓଲିଉଡ଼ ଦର୍ଶକଙ୍କୁ ଦେବାପାଇଁ ଅଣ୍ଟା ଭିଡିଛନ୍ତି l ତେବେ ଉର୍ମି ମୋସନ୍ସ ପ୍ରଡ଼କସନ୍ସର ପ୍ରଥମ ଅର୍ଘ୍ୟ “କଳା ଦିଅଁ”ରେ କଣ୍ଠଦାନ କରିଛନ୍ତି ସୌରଭ ଭରଦ୍ୱାଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହାଦେବ ରାଉତ ଏବଂ ଗୀତ ରଚନା କରିଛନ୍ତି ଦେବଜ୍ୟୋତି ନାୟକ l ନିର୍ଦ୍ଦେଶନା ଦେଇଛନ୍ତି ପପ୍ପୀନ ଦିବ୍ୟ ଏବଂ ସତ୍ୟ ବେହେରା l ଅଭିନୟ କରିଛନ୍ତି ମନ୍ମୟ ଦେ, ପାୟଲ ରାଉତରାୟ, ସୁଚରିତା ସ୍ୱାଇଁ ଏବଂ ଆକାଶ ହୋତା l ଗୀତ ସହିତ ଭିଡିଓ ଖୁବ ଉଚ୍ଚ କୋଟିର ହୋଇଥିବା ବେଳେ ଚିରାଚରିତ ପରିକଳ୍ପନାଠାରୁ ବହୁ ଉନ୍ନତମାନର ହୋଇଛି କଳା ଦିଅଁ l ନିମନ୍ତ୍ରିତ ଅତିଥି ମାନେ କଳା ଦିଅଁ ମ୍ୟୁଜିକ ଭିଡିଓ ଦେଖି ଟିମ୍ କୁ ଅନେକ ପ୍ରଶଂସା କରିଥିଲେ l

Leave A Reply

Your email address will not be published.