ଇଡି ଅଫିସରେ ଉର୍ବଶୀ ରୌତେଲା, ଅନଲାଇନ ବେଟିଂ ଆପ୍ ମାମଲାରେ ଚାଲିଛି ପଚରାଉଚରା
ନୂଆଦିଲ୍ଲୀ (ଆମ ଟିଭି): ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଅନଲାଇନ ବେଟିଂ ମାମଲାରେ ଇଡ଼ିରେ ହାଜର ହୋଇଛନ୍ତି । ଅନଲାଇନ ବେଟିଂ ପ୍ଲାଟଫର୍ମ 1xBet ରେ ୨୨ କୋଟି ଭାରତୀୟ ୟୁଜର୍ସ ରହିଛନ୍ତି । କେନ୍ଦ୍ର ସରକାର ନିକଟରେ ଅନଲାଇନ ଗେମିଂ ଆପ୍ ଉପରେ ବ୍ୟାନ୍ ଲଗାଇଛନ୍ତି । ଆଉ ଉର୍ବଶୀ ଏହି ଅନଲାଇନ ବେଟିଂ ପ୍ଲାଟଫର୍ମର ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି ।
ଉର୍ବଶୀ ରୌତେଲା 1xBet ବେଟିଂ ଆପରେ ବିଜ୍ଞାପନ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ରହିଛି । ଏହି ଆଧାରରେ ଉର୍ବଶୀଙ୍କୁ ପଚରାଉଚରା ପାଇଁ ଇଡି ଡାକିଛି । ଇଡି ଯାଞ୍ଚରୁ ଜଣାପଡିଛି କି, ଅନଲାଇନ ବେଟିଂ ପ୍ଲାଟଫର୍ମ ବେଆଇନ ଭାବେ ଭାରତରେ ନିଜର କାରବାର କରୁଛି । ଯାହାର ବିଜ୍ଞାପନ ଏବଂ ପ୍ରଚାର ପ୍ରସାରରେ ଅନେକ ସେଲିବ୍ରିଟି ଜଡିତ ରହିଛନ୍ତି । ଇଡି ଜାଣିବାକୁ ଚାହୁଁଚି କି, ଏହି ସେଲିବ୍ରିଟି ଆପର ପ୍ରଚାର ଓ ପ୍ରସାରେ ଏମାନଙ୍କ ଭୂମିକା କେତେ ?
ଉର୍ବଶୀ ରୌତେଲାଙ୍କୁ ମଧ୍ୟ ସମନ କରାଯାଇଥିଲା । ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ ଉର୍ବଶୀ ରୌତେଲାଙ୍କୁ ମଧ୍ୟ ସମନ କରାଯାଇଥିଲା । ହେଲେ ସେ ବିଦେଶରେ ଥିବାରୁ ସେ ହାଜର ହୋଇନଥିଲେ । ଏପର୍ଯ୍ୟନ୍ତ କ୍ରିକେଟର ଯୁବରାଜ ସିଂହ, ସୁରେଶ ରୈନା, ରବିନ୍ ଉଥାପ୍ପା, ଶିଖର ଧାୱନ ଏବଂ ଅଭିନେତା ସୋନୁ ସୁଦ, ମିମି ଚକ୍ରବର୍ତ୍ତୀ ଏବଂ ଅଙ୍କୁଶ ହାଜରାଙ୍କୁ ଏହି ମାମଲାରେ ପଚରାଉଚରା କରାଯାଇଛି।