ପ୍ରକାଶ ପାଇଲା ଯୁକ୍ତ୨ ଆଡମିଶନ କଟ୍ଅଫ୍ ମାର୍କ ତାଲିକା: ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଶୀର୍ଷରେ
ଭୁବନେଶ୍ୱର(ଆମ ଟିଭି): ଯୁକ୍ତ୨ ଆଡମିଶନ ପାଇଁ ପ୍ରକାଶ ପାଇଲା କଟ୍ଅଫ୍ ମାର୍କ ତାଲିକା। ତାଲିକାରେ ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା, କଳାରେ କୃଷ୍ଣପ୍ରସାଦ ଶୀର୍ଷରେ ରହିଛି। ରେଭେନ୍ସା ଟପ୍ ସ୍ଥାନରେ ରହିବା ସହ ଏଠାରେ ବିଜ୍ଞାନରେ ସାଧାରଣ ବର୍ଗଙ୍କ ନାମଲେଖା ପାଇଁ ୯୪.୩୩% କଟ୍ଅଫ୍ ମାର୍କ ରହିଛି। ସେହିପରି ୯୩.୨୦% ମାର୍କ ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟାମନ୍ଦିର ହାଇୟର ସେକେଣ୍ଡେରା ସ୍କୁଲ ଦ୍ୱିତୀୟ, ୯୩% କଟଅଫ୍ ସହ ଭୁବନେଶ୍ୱର ବିଜେବି କଲେଜ ତୃତୀୟ ସ୍ଥାନରେ ରହିଛି।
ସେହିପରି ରେଭେନ୍ସାର ବାଣିଜ୍ୟରେ ନାମଲେଖା ପାଇଁ ୮୪.୧୭% କଟ୍ଅଫ୍ ମାର୍କ ରହିଛି। ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୮୦.୬୭% ଓ ବିଜେବି କଲେଜ ତୃତୀୟରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୭୯.୮୩% ରହିଛି। କଳାରେ କୃଷ୍ଣପ୍ରସାଦ କନ୍ଦାଖାଇ କଲେଜ ଟପ୍ ସ୍ଥାନରେ ରହିବା ସହ ଏଠାରେ ପାଠପଢ଼ିବା ନିମନ୍ତେ ୮୩.୫୦% କଟ୍ଅଫ୍ ମାର୍କ ରହିଛି। ରେଭେନ୍ସା ୨ୟ ସ୍ଥାନରେ ରହିବା ସହ ଏଠାରେ କଟ୍ଅଫ୍ ମାର୍କ ୮୩.୩୩% ଓ ନରସିଂହପୁର କଲେଜ ୩ୟ ସ୍ଥାନରେ ରହିବା ସହ ଏଠାରେ ନାମଲେଖା କଟ୍ଅଫ୍ ମାର୍କ ୮୩.୧୭% ରହିଛି।