ଆମେରିକା-ଚୀନ ମୁହାଁମୁହିଁ: କାହିଁକି ଜାଣନ୍ତୁ ?
ୱାଶିଂଟନ (ଆମ ଟିଭି): ପୁଣି ମୁହାଁମୁହିଁ ଆମେରିକା ଆଉ ଚୀନ । ଏଥର ପ୍ରସଙ୍ଗ ସେଇ ତାଇୱାନ୍ । ତାଇୱାନ ପ୍ରସଙ୍ଗରେ ଆମେରିକା-ଚୀନ ପୁଣି ମୁହାଁମୁହିଁ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟରେ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ବେଳେ ଏହି ମୁହାଁମୁହିଁ ହୋଇଛି। ଅର୍ଥନୀତି ଓ ଭୂ-ରାଜନୈତିକ ପରିସ୍ଥିତିକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ଗୁରୁବାର ଦୁଇ ନେତାଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଜିନପିଙ୍ଗ କହିଥିଲେ ଯେ ତାଇୱାନ ହେଉଛି ଚୀନର ଅଂଶ। ଏଠାରେ କୌଣସି ତୃତୀୟ ପକ୍ଷ କିମ୍ବା ଆନ୍ତର୍ଜାତିକ ସମୁଦାୟର ହସ୍ତକ୍ଷେପକୁ ଚୀନ ବରଦାସ୍ତ କରିବ ନାହିଁ। ତାଇୱାନ ପ୍ରସଙ୍ଗରେ ଆମେରିକା ହସ୍ତକ୍ଷେପ କରୁଥିବାବେଳେ ଜିନପିଙ୍ଗ ଏପରି ପରୋକ୍ଷ ଏଥିପାଇଁ ଧମକ ଦେଇଥିଲେ।
ତାଇୱାନ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ଅର୍ଥ ନିଆଁ ସହିତ ଖେଳିବା ବୋଲି ଜିନପିଙ୍ଗ କହିଥିଲେ । ଆଉ ଯିଏ ନିଆଁ ସହିତ ଖେଳିବ ସିଏ ନିଶ୍ଚିତ ରୂପେ ଜଳିଯିବ। ଆମେରିକାର ସାହାଯ୍ୟ ସହଯୋଗରେ ତାଇୱାନ ମଧ୍ୟ ଚୀନକୁ ବିରୋଧ କରି ଚାଲିଛି। ତାଇୱାନକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ତାଇୱାନ ନିଜକୁ ସ୍ବାଧୀନ ରାଷ୍ଟ୍ର ବୋଲି ଦାବି କରୁଛି। ବାଇଡେନ ତାଙ୍କର ଦେଢ ବର୍ଷର ଶାସନ କାଳ ମଧ୍ୟରେ ଜିନପିଙ୍ଗଙ୍କ ସହିତ ୫ମ ଥର ପାଇଁ ଆଭାସୀ ମାଧ୍ୟମରେ କଥାବାର୍ତ୍ତା ହୋଇଥିଲା