ଆମେରିକାର ହାଇସ୍କୁଲରେ ଗୁଳିକାଣ୍ଡ: ୩ ମୃତ, ୬ ଆହତ

0

ୱାଶିଂଟନ (ଆମ ଟିଭି): ଆମେରିକାରେ ଅରାୟତ ହେଉଛି ଆଇନଶୃଙ୍ଖଳା ସ୍ଥିତି । କଥା କଥାକେ ଫୁଟୁଛି ଗୁଳି । ଏବେ ଏଠାକାର ମସୌରୀ ସ୍ଥିତ ସେଣ୍ଟ ଲୁଇସ୍ ହାଇସ୍କୁଲରେ ଫୁଟିଛି ଗୁଳି। ଏକ ବନ୍ଧୁକଧାରୀ ଆସି ପିଲାଙ୍କ ଉପରେ ଆଖିବୁଜା ଗୁଳିମାଡ କରିଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସେପଟେ ଗୁଳି ଚଳାଇଥିବା ବନ୍ଧୁକଧାରୀକୁ ସ୍କୁଲ ପରିସରରେ ହିଁ ଗୁଳି କରି ହତ୍ୟା କରାଯାଇଥିବା ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ମୁତାବକ, ସୋମବାର ଏହି ହାଇ ସ୍କୁଲରେ ଗୁଳିକାଣ୍ଡ ଘଟିଥିଲା। ଏହାପରେ ଭୟରେ ଛାତ୍ରଛାତ୍ରୀମାନେ ସ୍କୁଲ ବାହାରକୁ ଦୌଡି ପଳାଇଥିଲେ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଧାରୀକୁ କାବୁ କରିବା ପାଇଁ ଚେଷ୍ଟା କରଥିଲା। ତେବେ ଉଭୟ ପକ୍ଷରୁ ଗୁଳିବିନିମୟରେ ବନ୍ଧୁକଧାରୀର ମୃତ୍ୟୁ ହୋଇଛି। ଅଭିଯୁକ୍ତ ଜଣକ ୨୦ ବର୍ଷର ଯୁବକ ବୋଲି ପୁଲିସ କହିଛି। ସେପଟେ ୩ ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଗୁଳିମାଡରେ ଆହତ ହୋଇଥିବା ୬ ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ ବେଳେ ସ୍କୁଲ ଭିତରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବା ସ୍କୁଲର ଜଣେ ସୁରକ୍ଷାକର୍ମୀ କହିଛନ୍ତି।

Leave A Reply

Your email address will not be published.