ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର
ୱାସିଂଟନ (ଆମ ଟିଭି) : ଆମେରିକା ରାଷ୍ଟ୍ରପତିଙ୍କୁ କ୍ୟାନସର । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବେ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ଖୋଦ୍ ବାଇଡେନ୍ ଏହା ପ୍ରକାଶ କରିଛନ୍ତି । ତାଙ୍କର ଏପରି ବୟାନ ସାରା ଦେଶକୁ ଚକିତ କରିଛି । ଗ୍ଲୋବାଲ ୱାର୍ମିଂକୁ ନେଇ ଏକ ଭାଷଣରେ ବାଇଡେନ ତାଙ୍କ ଘରୋଇ ସହର ମାସାଚ୍ୟୁସେଟର ସୋମରସେଟ୍ରେ ଅଏଲ ରିଫାଇନାରୀଙ୍କ ନିର୍ଗମନର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ କହିଥିଲେ ।
ସେ କହିଥିଲେ ଯେ କର୍କଟ ରୋଗ ମଧ୍ୟରେ ସେ ବଢିଛନ୍ତି । ଅନେକ ଲୋକଙ୍କୁ କର୍କଟ ରୋଗ ହୋଇଛି ଓ କାହିଁକି, ଦେଶର ଡେଲାୱେରରେ କଣ ପାଇଁ ଦୀର୍ଘ ସମୟ ପର୍ୟ୍ୟନ୍ତ କର୍କଟର ହାର ଅଧିକ ଥିଲା ବୋଲି ସେ ପ୍ରଶ୍ନ କରିଥିଲେ । ଯଦିଓ ବାଇଡେନଙ୍କ ଏହି ମନ୍ତବ୍ୟ ଏତେ ଗୁରୁତର ନୁହେଁ ତେବେ ତାଙ୍କ ଭାଷଣର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ ହୋଇଯାଇଛି । ରିବ୍ଲିକାନ ନ୍ୟାସନାଲ କମିଟି ପରିଚାଳିତ ଏକ ଆକାଉଣ୍ଟ ଆରଏନସି ରିସର୍ଚ୍ଚ ଟ୍ୱିଟରରେ ଏହି ଭିଡିଓ ଅପଲୋଡ କରିଥିବା ବେଳେ ଏହାକୁ ନେଇ ଲୋକେ ଅନେକ ମତମନ୍ତବ୍ୟ ଦେବାରେ ଲାଗିଛନ୍ତି । ତାଙ୍କର ଏହି ବୟାନ ପରେ ବିରୋଧୀମାନେ ମଧ୍ୟ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।