ୟୁକ୍ରେନ୍ ପରେ ପୋଲାଣ୍ଡ ଗସ୍ତରେ ଆମେରିକା ରାଷ୍ଟ୍ରପତି

0

ନୂଆଦିଲ୍ଲୀ(ଆମ ଟିଭି): ୟୁକ୍ରେନ୍ ପରେ ଏବେ ପୋଲାଣ୍ଡ ଗସ୍ତରେ ଜୋ ବାଇଡେନ । ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଋଷର ଓହରିଯିବାକୁ ନିଷ୍ପତି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡରେ ନାଟୋର ପୂର୍ବାଞ୍ଚଳ ସହଯୋଗୀ ନେତାଙ୍କ ସହ ବୈଠକ କରିଛନ୍ତି । ନାଟୋର ସହଯୋଗୀ ଦେଶଗୁଡ଼ିକ ସହ ଆଲୋଚନା ବେଳେ ବାଇଡେନ୍, ଋଷର ପରମାଣୁ ଚୁକ୍ତିରୁ ଓହରିଯିବା ନିଷ୍ପତିକୁ ବଡ଼ ଭୁଲ ବୋଲି ଦର୍ଶାଇଛନ୍ତି । ୟୁରୋପର ସୁରକ୍ଷା ପ୍ରତି ଆମେରିକାର ପ୍ରତିଶ୍ରୁତିବଦ୍ଧତାକୁ ବାଇଡେନ୍ ପୁଣିଥରେ ଦୋହରାଇଛନ୍ତି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଋଷ୍ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ସୃଷ୍ଟି ହୋଇଥିବା ଉତେଜନା ଭିତରେ ୱାରସାରେ ହଜାର ହଜାର ଲୋକଙ୍କୁ ସମ୍ବୋଧିତ କରି ବାଇଡେନ୍ ଏହି କଥା କହିଛନ୍ତି । ବାଇଡେନ୍ ଆହୁରି କହିଛନ୍ତି, ଋଷ୍ ରାଷ୍ଟ୍ରପତି ପୁଟିନଙ୍କ ପରି ନିରଙ୍କୁଶ ଶାସକଙ୍କୁ ବିରୋଧ କରାଯିବା ଉଚିତ୍ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଆମର ଲଢ଼େଇ ଜାରି ରହିଛି ବୋଲି ବାଇଡେନ୍ କହିଛନ୍ତି । ଏହି ବୈଠକରେ ନାଟୋର ନେତାମାନେ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.