ତାଇୱାନରେ ପହଞ୍ଚିଲେ ଆମେରିକା ବାଚସ୍ପତି

0

ନୂଆଦିଲ୍ଲୀ (ଆମ ନ୍ୟୁଜ୍): ତାଇୱାନ ଗସ୍ତରେ ଆମେରିକା ବାଚସ୍ପତି । ଯାହାକୁ ନେଇ ମୁହାଁମୁହିଁ ହୋଇଛି ଆମେରିକା-ଚୀନ୍ । ଆମେରିକାର ସଂସଦର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତରେ ପହଞ୍ଚିଛନ୍ତି । ହ୍ୱାଇଟହାଉସ କହିଛି, ତାଇୱାନ ଗସ୍ତ କରିବା ଅଧିକାର ପେଲୋସିଙ୍କ ରହିଛି । ଏହାକୁ ନେଇ ଚୀନ-ଆମେରିକା ମୁହାଁମୁହିଁ ହୋଇଛନ୍ତି । ଚୀନ କହିଛି, ଆମେରିକା ଭୁଲ ରାସ୍ତାରେ ଗଲେ ଏହାର କଡା ଜବାବ ଦିଆଯିବ । ଚୀନର ବୈଦେଶିକ ମୁଖପାତ୍ର ଜାହୋ ଲିଜିଅନ୍ କହିଛନ୍ତି, ଆମେ ସବୁ ପ୍ରକାରର ପରିସ୍ଥତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ।

ଚୀନର ସାର୍ବଭୌମତ୍ୟ ଏବଂ ଅଖଣ୍ଡତାକୁ ସୁରକ୍ଷା ପାଇଁ ଚୀନର ପିଏଲଏ କଡା ପଦକ୍ଷେପ ଗ୍ରହଣ କରିବାକୁ ପଛାଇବ ନାହିଁ । ମଙ୍ଗଳବାର ନାନ୍ସି ପେଲୋସି ତାଇୱାନ ଗସ୍ତ କରିବା ସହ ତାଇପେଇରେ ରାତି କଟାଇବା ଚୀନ ସେନା ତାଇୱାନ ଏବଂ ଚୀନର ମଧ୍ୟ ଭାଗ ସମୁଦରେ ଏକ ଯୁଦ୍ଧ ଜାହାଜ ମୁତୟନ କରିଛି । ଏଥିସହ ମଙ୍ଗଳବାର ତାଇୱାନ ସୀମାରେ ଚୀନ କିଛି ଯୁଦ୍ଧ ବିମାନ ଉଡାଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ରାଜନୀତି ଜୋରଦାର ହୋଇଛି ।

Leave A Reply

Your email address will not be published.