ଚୀନର ଶକ୍ତି ପ୍ରଦର୍ଶନ ପରେ ଚିନ୍ତାରେ ଆମେରିକା: ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ହ୍ବାଇଟ୍ ହାଉସ ଜାରି କଲା ନିର୍ଦ୍ଦେଶ

0

ନୂଆଦିଲ୍ଲୀ (ଆମ ଟିଭି): ଆବଶ୍ୟକ ହେଲେ ଚୀନ୍ ଏବଂ ରୁଷକୁ ପ୍ରତିହତ କରିବା ପାଇଁ ପ୍ରସ୍ତୁତ ରହିବା ଲାଗି ପେଣ୍ଟାଗନ୍‌କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି। ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଉତ୍ତର କୋରିଆ ନେତା କିମ୍ ଜଙ୍ଗ୍ ଉନ୍ ଚୀନ୍‌ରେ ଏକାଠି ହେବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ୍ ।

ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ସେନାରେ ବଡ଼ ଧରଣର ପୁନର୍ଗଠନ ପାଇଁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ବିରୋଧରେ ଚୀନ୍‌, ରୁଷ ଏବଂ ଉତ୍ତର କୋରିଆ ଷଡ଼ଯନ୍ତ୍ର କରୁଥିବା ମଧ୍ୟ  ଅଭିଯୋଗ କରିଛନ୍ତି  ଟ୍ରମ୍ପ୍ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷହେବାର ୮୦ତମ ବାର୍ଷିକୀ ପାଳନ ଅବସରରେ ବେଜିଂରେ ଏକ ବିଶାଳ ସାମରିକ ପରେଡ୍‌ ଆୟୋଜନ କରାଯାଇଥିଲା।  ଏହାପରେ ପେଣ୍ଟାଗନ ପ୍ରସ୍ତୁତ ରହିବାକୁ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.