ସିଝା ଖାଦ୍ୟ ରହିଛି ଏହି ସବୁ ଲାଭ

0

ଖାଦ୍ୟ ପ୍ରସ୍ତୁତି କରିବା ପାଇଁ ବିଭିନ୍ନ ଉପାୟ ସହ ଅଧିକାଂଶ ପାରମ୍ପରିକ ପଦ୍ଧତି ମଧ୍ୟ ଆପଣା ଯାଇଥାଏ। ଖାଦ୍ୟକୁ ଛଣା ସହ ଭଜା ମଧ୍ୟ ଯାଇଥାଏ। ଅଧିକ ଛଣାଯିବା ଖାଦ୍ୟରେ ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ। ମାତ୍ର ସିଝାଯାଇଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ଭିଟାମିନ୍‍ ରହିଥାଏ। ଏଥିରେ ପୋଟାସିୟମ, କ୍ୟାଲସିୟମ, ଫସଫରସ.ଜିଙ୍କ ଆଦି ଅଧିକ ପରିମାଣରେ ରହିଥାଏ।

ଖାଦ୍ୟ ପ୍ରସ୍ତୁତି ପାଇଁ ସାଧାରଣତଃ ତେଲର ବ୍ୟବହାର ହୋଇଥାଏ। ମାତ୍ର ସିଝା ଖାଦ୍ୟରେ ଅଧିକ ତେଲର ବ୍ୟବହାର ହୋଇନଥାଏ। ତେଣୁ ଓଜନ ହ୍ରାସ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ଏହି ଖାଦ୍ୟର ଅଧିକ ସେବନ କରନ୍ତୁ।

ସିଝା ଓ ବାମ୍ଫରେ ପ୍ରସ୍ତୁତ ଖାଦ୍ୟ ଖୁବ ନରମ ହୋଇଥାଏ। ଏହାକୁ ଚୋବାଇବାକୁ ମଧ୍ୟ ସହଜ ହୋଇଥାଏ।ଫଳରେ ଖାଦ୍ୟ ସହଜରେ ସହଜ ହେବା ସହ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ଯୋଗାଇଥାଏ।

ଏହି ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା କୋଲେଷ୍ଟେରୋଲ୍‍ ନିୟନ୍ତ୍ରଣ ହୋଇ ରହିଥାଏ। ତେଲର କମ ବ୍ୟବହାର ହେତୁ ଏହା ଶରୀରରେ ମେଦବହୁଳତା ବୃଦ୍ଧି ହୋଇନଥାଏ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ।

ସ୍ୱାଦ ବଢାଇବା ପାଇଁ ଏଥିରେ ଗୋଲମରିଚ ଗୁଣ୍ଡ ପକାଇ ପାରିବେ।

Leave A Reply

Your email address will not be published.