ଉତ୍କଳ ସିନେ ଚାମ୍ବର ଅଫ କମର୍ସ ର ରକ୍ତଦାନ ଶିବିର*

0

ଭୁବନେଶ୍ୱର: ଉତ୍କଳ ସିନେ ଚାମ୍ବର୍ସ ଅଫ କମର୍ସ ତରଫରୁ ଏକ ବଡ଼ ଧରଣର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସମସ୍ତ ସଭ୍ୟ ଏହି ଶିବିର ରେ ଯୋଗଦାନ କରିଥିଲେ । ଅନେକ ବର୍ଷ ବ୍ୟବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିବାରୁ ଅନୁଷ୍ଠାନର ସମସ୍ତ ସଭ୍ୟମାନଙ୍କ ମନରେ ରକ୍ତଦାନ ପ୍ରତି ଆଗ୍ରହ ଥିଲା ତେଣୁ ସମୁଦାୟ ୬୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।

ଅନୁଷ୍ଠାନର ୟୁସିସିସି ସଭାପତି ପ୍ରଯୋଜକ ବିଜୟ କାଣ୍ଡୋଇ,ସଂପାଦକ ଜୁବୁଲି ସୁନ୍ଦର ରାୟ, ନିର୍ଦ୍ଦେଶକ ବସନ୍ତ ସାହୁ, କ୍ୟାମେରା ମ୍ୟାନ ଅଶୋକ ମହାନ୍ତି, ଅଭିନେତା ବବି ମିଶ୍ର, ବରଦା ପ୍ରସନ୍ନ ପାତ୍ର, ବୁଲୁ ପଣ୍ଡା, କୁଇନ୍, ରାଜଲକ୍ଷ୍ମୀ, ଭବାନୀ, ଵିଶାଲ, କୁସୁମ, ବୈକୁଣ୍ଠ ତ୍ରିପାଠୀ, ମିଥୁନ, ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ପ୍ରଣୟ ଜେଠୀ, ଅଜୟ ମହାନ୍ତି, ଅଜୟ ରାଉତରାୟ, ଦିଲ୍ଲୀପ ମିଶ୍ର, ଅତୀଶ କୁମାର ରାଉତ, ଡାକ୍ତର ଚିତ୍ତରଞ୍ଜନ ମିଶ୍ର ଙ୍କ ବ୍ୟତୀତ ଆହୁରି ଅନେକ ସଭ୍ୟ ଓ କର୍ମକର୍ତ୍ତା ରକ୍ତଦାନ କରିଥିଲେ l ଏହି ଶିବିର କୁ ଓମ୍ରା ର କର୍ମକର୍ତ୍ତା ଗଣେଶ ଚନ୍ଦ୍ର ଦାସ, ରଶ୍ମିରେଖା ସାହୁ, ଚନ୍ଦନା ସାହୁ, ପଦ୍ମଲୋଚନ ମହାନ୍ତି, ରଶ୍ମିରେଖା ବାରିକ ଆୟୋଜନ କରିଥିଲେ l କଟକ ରେଡ଼କ୍ରସ ବ୍ଲଡ଼ ବ୍ୟାଙ୍କ ର ନିର୍ଦ୍ଦେଶକ ଡାକ୍ତର ଚନ୍ଦ୍ରିକା ପ୍ରସାଦ ଦାସ, ଡାକ୍ତର ବିନାୟକ ପୃଷ୍ଟି, ଡାକ୍ତର ରଘୁନାଥ ବେହୁରା, ପ୍ରକାଶ ଜେନା, ପ୍ରସନ୍ନ ସ୍ୱାଇଁ, ମୃତ୍ୟୁଞ୍ଜୟ ବେଜ, ସରୋଜ କୁମାର ମହାନ୍ତି ଓ କେଦାର ନାଥ ସାହୁ ମେଡିକାଲ ଅଫିସର ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।

ଆଗାମୀ ଦିନରେ ବର୍ଷକୁ ଥରେ ନୁହଁ ଚାରି ଥର ଏହି ରକ୍ତଦାନ ଶିବିର ଅନୁଷ୍ଠାନ ତରଫରୁ ଆୟୋଜନ ହେବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି l

Leave A Reply

Your email address will not be published.