ବୋହୂଙ୍କ ସପକ୍ଷରେ ବାହାରିଲେ ଉତ୍ତମ, କହିଲେ ଆପଣା ସୁନା ତ ଭେଣ୍ଡି, କାହାକୁ କହିବା…
ଭୁବନେଶ୍ୱର(ଆମ ଟିଭି): ଆଜି ସକାଳୁ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଷ୍ଟାର ପରିବାରର କଳହ ଥାନାରେ ପହଞ୍ଚିଛି। ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବାପା-ମା’ ମନ୍ମଥ ମିଶ୍ର ଓ କୃଷ୍ଣପ୍ରିୟା ମିଶ୍ର ଖାରବେଳ ନଗର ଥାନାରେ ସିନେ-ଷ୍ଟାର ବାବୁସାନଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଅଭିନେତା ବାବୁସାନ୍ଙ୍କ ପତ୍ନୀ ତୃପ୍ତି ଓ ମା’ ଅପରାଜିତା ମଧ୍ୟ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଏହି କ୍ରମରେ ବାବୁସାନ୍ଙ୍କ ବାପା ଉତ୍ତମ ମହାନ୍ତି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ବୋହୂ ତୃପ୍ତିଙ୍କ ସପକ୍ଷରେ ବାହାରିଛନ୍ତି ଉତ୍ତମ।
ସେ କହିଛନ୍ତି, ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ସଂପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇ ପାରେ।ତୃପ୍ତି ବହୁତ ଭଲ ଛାତ୍ରୀ। ତାଙ୍କର ଅଭିନୟ ସହ କୌଣସି ସଂପର୍କ ନାହିଁ।ଚଳଚ୍ଚିତ୍ରର ରୋମାଣ୍ଟିକ ଦୃଶ୍ୟକୁ ସେ ଭଲ ପାଏ ନାହିଁ। ବାବୁସାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ଆପଣା ସୁନା ତ ଭେଣ୍ଡି, କାହାକୁ କହିବା। ମୁଁ ଅନେକ ଥର ବୁଝାଇଛି। ପ୍ରକୃତିକୁ ଛାଡ଼ି ଦେବାକୁ କହିଛି। ବାବୁ ମୋତେ କହିଥିଲା; ସେ ମୁମ୍ବାଇ ଚାଲିଯିବ, ମୁଁ ଏଠି କାମ କରିବି ବୋଲି ଉତ୍ତମ ମହାନ୍ତି କହିଛନ୍ତି।