ଆମେରିକା ରାସ୍ତା ପରି ଦେଖାଯିବ ଉତ୍ତରପ୍ରଦେଶ ରାଜପଥ

0

ଲକ୍ଷ୍ନୌ: ୨୦୨୪ ଆଗରୁ ଉତ୍ତର ପ୍ରଦେଶର ରାସ୍ତାଘାଟ ଆମେରିକାର ରାସ୍ତାଘାଟଠାରୁ ଉନ୍ନତ କରାଯିବ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିଶ ଗଡ଼କରୀ ଉତ୍ତର ପ୍ରଦେଶକୁ ୮,୦୦୦ କୋଟି ଟଙ୍କାର ସଡ଼କ ପ୍ରକଳ୍ପ ଉପହାର ଦେଇଛନ୍ତି।ସେ  କହିଛନ୍ତି, ୨୦୨୪ ପୂର୍ବରୁ ଉତ୍ତର ପ୍ରଦେଶର ବାଟଘାଟ ସବୁ ଆମେରିକାର ବାଟଘାଟଠାରୁ ଉନ୍ନତ କରାଯିବ। ଏଥି ନିମନ୍ତେ ଆଗକୁ ମୋଦୀ ସରକାର ୫ ଲକ୍ଷ କୋଟି ଟଙ୍କା ଅନୁମୋଦନ କରିବେ। ଆଜି ଆଠ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଗଲା।

ଏହି ପ୍ରକଳ୍ପରେ ‘ଶହାବାଦ-ହାର୍ଦୋହ୍‌ ବାଇପାସ୍‌’, ‘ଶାହାଜାହାନ୍‌ପୁରରୁ ଶାହାବାଦ ବାଇପାସ୍, ମୋରାଦାବାଦ୍-ଠାକୁରଦ୍ବାର-କାଶୀପୁର ବାଇପାସ୍‌, ଗାଜିପୁର-ବାଲିଆ ବାଇପାସ୍, ଏବଂ ୧୩ଟି ‘ଆର୍‌ଓବି’ ନିମନ୍ତେ ସମୁଦାୟ ୮୦୦୦ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି।ସେ  ଆହୁରି ମଧ୍ୟ କହିଛନ୍ତି, ଏହା ଅୟମାରମ୍ଭ ମାତ୍ର, ସମୁଦାୟ ଫିଲ୍ମ ଆସିନାହିଁ। ଉତ୍ତମ ରାସ୍ତା ନିର୍ମାଣ ନିମନ୍ତେ ସରକାରଙ୍କ ନିକଟରେ ଅର୍ଥାଭାବ ନାହିଁ।

Leave A Reply

Your email address will not be published.