ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀଙ୍କ ବିୟୋଗ

0

ଡେରାଡୁନ : ଉତ୍ତରାଖଣ୍ଡ ସରକାରର କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ବୁଧବାର ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି।

କ୍ୟାବିନେଟ ମନ୍ତ୍ରୀଙ୍କ ଶରୀର ଅସୁସ୍ଥ ହୋଇଯିବା ପରେ ତାଙ୍କୁ ବାଗେଶ୍ୱର ଜିଲ୍ଲା ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ଅନେକ ଚେଷ୍ଟା ଫଳରେ ବି ଚନ୍ଦନ ରାମ ଦାସ ଜୀବନ ଯୁଦ୍ଧ‌ରେ ହାରି ଯାଇଥିଲେ।

କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ଦେହାନ୍ତ ଖବର ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଟୁଇଟ କରି କହିଛନ୍ତି, ଚନ୍ଦନ ରାମ ଦାସ ମନ୍ତ୍ରୀମଣ୍ଡଳରେ ମୋର ଜଣେ ବରିଷ୍ଠ ସହକର୍ମୀ ଥିଲେ। ତାଙ୍କର ଏମିତି ଆକସ୍ମିକ ମୃତ ଖବର ପାଇ ମୁଁ ସ୍ତବ୍ଧ ହୋଇଯାଇଛି। ଚନ୍ଦନ ରାମ ଦାସଙ୍କର ଦେହାନ୍ତ ଜନସେବା ଏବଂ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି। ଇଶ୍ବର ତାଙ୍କ ଆତ୍ମାକୁ ନିଜ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। ତାଙ୍କର ପରିବାରକୁ ଏ ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ। ଓଁମ ଶାନ୍ତି।

Leave A Reply

Your email address will not be published.