ଆମ ଟିଭି: ଉତ୍ତରାଖଣ୍ଡ ଉତ୍ତରକାଶୀ ର ସାଲ୍ଡ ଗ୍ରାମ ରେ ଥିବା ଜଗନ୍ନାଥ ମନ୍ଦିର କୁ ନେଇ କିଛି ଦିନ ଦେବ ଜଗନ୍ନାଥ ଭକ୍ତଙ୍କ ମଧ୍ୟରେ ଯେଉଁଭଳି ଚର୍ଚ୍ଚା ଓ ଆଲୋଚନା ତାହା ମନ୍ଦିର ପାଇଁ ଅନେକ ଶୁଭ ଖବର ଆଣିଦେଇଛି। କେହି କେବେ ଚିହ୍ନି ନଥିବା ଗାଁ ବିଷୟରେ ଆଜି ମହାପ୍ରଭୁଙ୍କ ପ୍ରାଚୀନ ମନ୍ଦିର ର ଖୋଜ୍ ପାଇଁ ସବୁଠି ଚର୍ଚ୍ଚା। ଏହି କଥାରେ ସ୍ଥାନୀୟ ପାହାଡି ନିରୀହ ଗ୍ରାମବାସୀ ଙ୍କ ମନରେ ଅନେକ ଆନନ୍ଦ ଓ ଉତ୍ସାହ ଆଣିଛି। ସେଇ ଖୁସିରେ ଆଜି ଗ୍ରାମବାସୀ ଏକାଠି ହୋଇ ଓଡ଼ିଶାବାସୀ ଓ ବିଶ୍ଵର କୋଣେ ଅନୁକୋଣେ ଥିବା ଜଗନ୍ନାଥ ଭକ୍ତଙ୍କୁ ତାଙ୍କ ଶୁଭକାମନା ପାଇଁ ଧନ୍ୟବାଦ୍ ଦେବାସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।
ଉତ୍ତରାଖଣ୍ଡର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ପୁଷ୍କର ସିଂ ଧାମି, ସବ୍ୟସାଚୀ ଅର୍ଚ୍ଚିତା ଓ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଙ୍କ ଠାରୁ ମନ୍ଦିର ବିଷୟରେ ଜାଣିଲା ପରେ, ଉନ୍ନୟନ ନିମନ୍ତେ କରିଥିବା ଘୋଷଣା ପାଇଁ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଧନ୍ୟବାଦ୍ ଦେବାସହ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ସମ୍ବିତ ପାତ୍ର, ସ୍ଥାନୀୟ ବିଧାୟକ, ସ୍ଥାନୀୟ ସାଂସଦ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ଚେଷ୍ଟାକୁ ମଧ୍ୟ ସାଧୁବାଦ୍ ଜଣାଇଛନ୍ତି ଓ ସମସ୍ତଙ୍କ ମଙ୍ଗଳ ପାଇଁ ନିଜ କୂଳ ଦେବତା ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।
ଗ୍ରାମର ବୟସ୍କ ବ୍ୟକ୍ତି ମାନେ ଏହି ଭଳି ଏକ ଦିନକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ବେଳେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଚେଷ୍ଟା ରାତାରାତି ଏମିତି ପ୍ରଭାବ କୁ ପ୍ରଭୁଙ୍କ ଆଶୀର୍ବାଦ ବୋଲି କହି ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ନିଜ ଗ୍ରାମର ଝିଅ ଓ ଜ୍ବାଇଁ ର ଆଖ୍ୟା ଦେବାସହ ଅନେକ ଆଶୀର୍ବାଦ ଦେଇଛନ୍ତି।