ଭାରତରେ ପ୍ରସ୍ତୁତ କଫ ସିରଫ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ କଲା ଉଜବେକିସ୍ତାନ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତରେ ପ୍ରସ୍ତୁତ କଫ ସିରଫକୁ ନେଇ ଏବେ ଅନେକ ଲୋକେ ପ୍ରଶ୍ନ ଉଠାଇଲେଣି । କାରଣ ଉଜବେକିସ୍ତାନରେ କଫ ସିରପ ପିଇ ୧୮ ଶିଶୁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଆଉ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀକୁ ଦୋଷ ଦେଇଛି ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବୟାନ ଜାରି କରି ମନ୍ତ୍ରାଳୟ କହିଛି ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁଙ୍କ ଜୀବନ ଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନୂମନା ଯାଞ୍ଚରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବେ ଗଣାଯାଏ । ତେଣୁ ଏହାକ ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡିନୀ ଫେଲ ଭଳି ସମସ୍ୟା ଦେଖାଦେବା ସମ୍ଭାବନା ରହିଛି ।

Leave A Reply

Your email address will not be published.