ଗଞ୍ଜାମରେ ଆରକ୍ଷୀ ବିଭାଗ ତରଫରୁ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ*

0

ଆରକ୍ଷୀ ବିଭାଗ, ଗଞ୍ଜାମ ତରଫରୁ ରାଜ୍ୟ ସ୍ତରୀୟ ରାଷ୍ଟ୍ର ଗୀତ ‘ବନ୍ଦେ ମାତରମ୍’ର ୧୫୦ ତମ କାର୍ଯ୍ୟକ୍ରମ ଆୟୋଜନରେ ଆୟୋଜିତ ହେଲା ‘ବନ୍ଦେ ମାତରମ୍’ ସମୂହ ଗାନ । ଦିଲ୍ଲୀରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ କାର୍ଯ୍ୟକ୍ରମ ଅନୁଯାୟୀ ଏହି ସମୂହ ଗାନ ଆୟୋଜିତ ହୋଇଥିଲା ।

ଏହି କାର୍ଯକ୍ରମରେ ବନ୍ଦେ ମାତରମ୍ କିପରି ଆମ ହୃଦୟରେ ସେହି ଦେଶପ୍ରେମର ଅଗ୍ନିକୁ ପୁନଃ ଜାଗୃତ କରେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲା ପୋଲିସ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ କୁମାର ପାତ୍ରଙ୍କ ସହ ଅତିରକ୍ତ ଜିଲ୍ଲା ପୋଲିସ ଅଧିକ୍ଷକ ସୀମା ସ୍ବାଇଁ ଓ ଅନ୍ୟ ସମସ୍ତ ପୁଲିସ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇ ଏହି କାର୍ଯକ୍ରମରେ ସମୂହ ‘ବନ୍ଦେ ମାତରମ୍’ ଗାନ କରିଥିଲେ ।

ଆଗାମୀ ଏକବର୍ଷ ଧରି ସମସ୍ତ ଓଡ଼ିଶାର ସମସ୍ତ ଜିଲ୍ଲାରେ ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ମାଧ୍ୟମରେ ସାମୁହିକ ଗାନ, ସାଂସ୍କୃତିକ ଆୟୋଜନ ଓ ସଚେତନତା କାର୍ଯ୍ୟକ୍ରମ ଚାଲିବାକୁ ଯୋଜନା କରାଯାଇଛି ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ କହିଥିଲେ।

Leave A Reply

Your email address will not be published.