ବିଜେପି ଉପରେ ବର୍ଷିଲେ ତେଜସ୍ୱୀ: କହିଲେ ଏମିତି କଥା ?

0

ପାଟନା (ଆମ ଟିଭି): ବିହାରରେ ବେକାରୀ ନିଯୁକ୍ତି ନେଇ ବିଜେପି ଉପରେ ବର୍ଷିଲେ ତେଜସ୍ୱୀ ଯାଦବ । ବିହାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଭାରତୀୟ ଜନତା ପାର୍ଟି ଉପରେ ଆଜି ଜୋରଦାର ବର୍ଷିଛନ୍ତି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତେଜସ୍ୱୀ କହିଛନ୍ତି, ଆମ ଉପଲବ୍ଧ ଏହା ଯେ, ଲୋକମାନେ ଏବେ ହିନ୍ଦୁ-ମୁସଲମାନ କଥା ଛାଡି ରୋଜଗାର ଉପରେ ଚର୍ଚ୍ଚା କରୁଛନ୍ତି । ବେରୋଜଗାରୀ ଓ ରୋଜଗାର ଉପରେ ଏବେ ସକରାତ୍ମକ ବିମର୍ଶ ହେଉଛି ବୋଲି ତେଜସ୍ୱୀ କହିଛନ୍ତି ।

ଏକ ଭିଡିଓ ଟୁଇଟ୍ କରି ତେଜସ୍ୱୀ କହିଛନ୍ତି, ସବୁ ପ୍ରତିଶ୍ରୁତ ଆମେ ପୂରଣ କରିବୁ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏନେଇ ଆଜି ସୂଚନା ଦେଇଛନ୍ତି । ତେବେ ଥରେ ସେମାନଙ୍କୁ ମଧ୍ୟ ୨ କୋଟି ଚାକିରି କଥା ପଚରାଯାଉ ବୋଲି ତେଜସ୍ୱୀ କହିଛନ୍ତି । ତା ସହିତ ବିଜେପି ଗତ ଦୁଇ ବର୍ଷ ହେଲା ଶାସନରେ ରହିଲା, ହେଲେ ୧୯ ଲକ୍ଷ ଚାକିରି ପ୍ରତିଶ୍ରୁତିରୁ ସେ ୧୯ଟି ରୋଜଗାର ଦେଇଛନ୍ତି କି? ବୋଲି ତେଜସ୍ୱୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଆରଜେଡି ନେତା ଶିବାନନ୍ଦ ତିୱାରୀ ହର ଘର ତ୍ରିରଙ୍ଗା ଅଭିଯାନ ଜରିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଜାତୀୟ ପତାକାକୁ ଅପମାନ କରୁଛି । ଦେଶର ଜାତୀୟ ପତାକା ଦେଶର ପ୍ରତୀକ ଅଟେ । ଜାତୀୟ ପତାକାର ରାଜନୈତିକ ବ୍ୟବହାର କରିବା ଏହାର ପବିତ୍ରତାଓ ମାନ ମର୍ୟ୍ୟାଦା ପ୍ରତି ଅପମାନ ଅଟେ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.