ମିଚିନ୍‌ପାଟଣା ଭେଙ୍କଟେଶ୍ଵର ଇଂରାଜୀ ମାଧ୍ଯମ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଭେମସ୍ ଫେଷ୍ଟିଭସ୍କେପ୍’

0

ଖୋର୍ଦ୍ଧା, ୧୭.୧୨ : ଭେଙ୍କଟେଶ୍ଵର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମିନ୍‌ଚିନ୍‌ପାଟଣା, ଅଙ୍ଗାରପଡ଼ାର ବାର୍ଷିକ ଉତ୍ସବ ‘ଭେମସ୍ ଫେଷ୍ଟଭସ୍କେପ୍’ ଅନୁଷ୍ଠାନ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ପରିଷଦର ଉପସଭାପତି ଶ୍ରୀଯୁକ୍ତ ଶଶାଙ୍କ ଶେଖର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟର ମ୍ୟାନେଜର ଶ୍ରୀଯୁକ୍ତ ବସନ୍ତ କୁମାର ତ୍ରୀପାଠି ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଦ୍ୟାଳୟର ଅଧ୍ୟକ୍ଷା ଐଶ୍ୱର୍ଯ୍ୟମୟୀ ଦାସ ଉକ୍ତ ଉତ୍ସବରେ ବାର୍ଷିକ ବିବରଣୀ ପାଠ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାର ପୂର୍ବତନ ବିଧାୟକ ତଥା ବରିଷ୍ଠ ପରିବେଶବିତ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ କହିଲେ ଯେ, ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷାଲାଭ କରିବାରେ ସକ୍ଷମ ହୋଇପାରିଛନ୍ତି ଏବଂ ଏ ଅଞ୍ଚଳର ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଦ୍ୟାଳୟ ତରଫରୁ ସମସ୍ତ ସୁବିଧା ସୁଯୋଗ ଦିଆଯାଇଛି । ଏହି ବିଦ୍ୟାଳୟରେ ଶିକ୍ଷାଲାଭ କରି ଅନେକ ଶିକ୍ଷାର୍ଥୀ ବହୁତ ସୁନାମ, ଯଶ ଏବଂ ଖ୍ୟାତି ଅର୍ଜନ କରିପାରିଛନ୍ତି ଏବଂ ଏହି ବିଦ୍ୟାଳୟରୁ ଅନେକ ଶିକ୍ଷାର୍ଥୀ ଦେଶରେ ବିଭିନ୍ନ‌ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ହାସ୍ୟ ଅଭିନେତା ରବିନ୍ଦ୍ର କୁମାର ରାଉତ ଯୋଗଦାନ କରି କହିଲେ ଯେ, ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଉତ୍ତମ ସୁପ୍ତ ପ୍ରତିଭାର ବିକାଶ ପାଇଁ ସର୍ବଦା ଚେଷ୍ଟା କରାଯାଉଛି । ମୁଖ୍ୟବକ୍ତା ବିଦ୍ୟାଳୟର ଶିକ୍ଷାଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସ୍ଥାନୀୟ ସ‌ ସରପଞ୍ଚ ଶ୍ରୀମତୀ ମମତା ସାହୁ ଯୋଗଦେଇ ମୋ ଅଞ୍ଚଳରେ ଏହି ବିଦ୍ୟାଳୟଟି ହୋଇଥିବାରୁ ଥୁବାରୁ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ।

ଅନୁଷ୍ଠାନର ପରିଚାଳନା ପରିଷଦର ଅଧକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟପ୍ରକାଶ ପତି ନିଜର ବକ୍ତବ୍ୟରେ କହିଥିଲେ ଯେ, ଆମ ଅନୁଷ୍ଠାନର ଅଭିଭାବକମାନଙ୍କର ଉପଯୁକ୍ତ ସହ‌ଯୋଗ ଏବଂ ସମସ୍ତ କର୍ମରୀମାନଙ୍କର ମିଳିତ ଉଦ୍ୟମରେ ପ୍ରତ୍ୟେକବର୍ଷ ପରୀକ୍ଷାରେ ପାସ୍ ହାର ଯଥେଷ୍ଟ ଆଗରେ ରହିବା ସହିତ ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ପ୍ରତିପାଦନ କରିଛନ୍ତି । ଉକ୍ତ ଉତ୍ସବରେ ସମସ୍ତ କାର୍ଯ୍ୟକୁ ଅନୁଷ୍ଠାନର ପ୍ରଶାସକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଏବଂ ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ସୂଚାରୁ ରୂପେ ସଂଯୋଜନା କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ଏବଂ ମନ୍ତ୍ରମୁଗ୍ଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Leave A Reply

Your email address will not be published.