ପରଲୋକରେ ଲୋକପ୍ରିୟ ଅଭିନେତା ଅରୁଣ ବାଲି
ନୂଆଦିଲ୍ଲୀ (ଆମ ଟିଭି): ମନୋରଂଜନ ଦୁନିଆଁରୁ ଆଉ ଏକ ଦୁଃଖଦ ଖବର ଆସି ପହଁଚୁଛି। ବଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ଅରୁଣ ବାଲିଙ୍କର ପରଲୋକ ହୋଇଯାଇଛି । ଅନେକ ସିରିଏଲ ସହ ଫିଲ୍ମରେ କାମ କରି ନିଜର ଭିନ୍ନ ଭିନ୍ନ ଅଭିନୟର ଛାପ ଛାଡିଥିବା ଅରୁଣ ବାଲିଙ୍କର ୭୯ ବର୍ଷରେ ପରଲୋକ ହୋଇଛି ।
ମିଳିଥିବା ରିପୋର୍ଟ ମୁତାବକ, ଅସୁସ୍ଥତା କାରଣରୁ ତାଙ୍କୁ କିଛି ମାସ ହେବ ହସ୍ପିଟାଲରେ ଚିକିତ୍ସାରେ ରଖାଯାଇଥିଲା । ଆଜି ଭୋର ପାଖାପାଖି ସାଢେ ୪ଟା ସମୟରେ ମୁମ୍ବାଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ନିଧନରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।