ଜୀ ସାର୍ଥକ ପ୍ରସ୍ତୁତ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ଅତିଥି ବିଚାରକ ଭାବେ ମୁମ୍ବାଇର ବରିଷ୍ଠ ଅଭିନେତା ପୁନିତ ଇଶାର*

0

ଜୀ ସାର୍ଥକରେ ଗତ ୯ ଅଗଷ୍ଟରୁ ପ୍ରସାରିତ ହେଉଥିବା ଓଡିଶାର ବଡ଼ ରିୟାଲିଟି ଶୋ’ “ଓଡ଼ିଶାର ବେଷ୍ଟ ସିନେ ଷ୍ଟାର ର ଖୋଜ୍” ମଞ୍ଚରେ ମୁମ୍ବାଇ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ତଥା ଭାରତର ସବୁଠାରୁ ବଡ଼ ଧାରାବାହିକ ମହାଭାରତର ଦୁର୍ଯ୍ୟୋଧନ ଓରଫ ପୁନିତ ଇଶାର ଅତିଥି ବିଚାରକ ଭାବେ ଯୋଗଦେଇଛନ୍ତି l ଓଡ଼ିଶାରେ କୋଣ ଅନୁକୋଣରେ ଅନେକ ଟ୍ୟାଲେଣ୍ଟେଡ କଳାକାର ଅଛନ୍ତି ଏବଂ ଆହୁରି ଅଧିକ ନବୀନ କଳାକାର ସୃଷ୍ଟି କରିବା ପାଇଁ ଜୀ ସାର୍ଥକ ଯେଉଁ ପ୍ଲାଟଫର୍ମ ଯୋଗାଇଦେଉଛି ସେଥିପାଇଁ ଚ୍ୟାନେଲକୁ ସାଧୁବାଦ ଜଣାଇଥିଲେ ପୁନିତ l ଅଧିକ ପରିଶ୍ରମ କଲେ ନିଶ୍ଚିତ ଭାବେ ନିଜ ଲକ୍ଷସ୍ଥଳରେ ପହଞ୍ଚି ପାରିବ ବୋଲି ମତ ଦେଇଥିଲେ l ସାରା ଭାରତରେ ଅନେକ ରିୟାଲିଟି ଶୋ ଚାଲିଛି ହେଲେ ଆମ ଆଞ୍ଚଳିକ ଚ୍ୟାନେଲ ମାନଙ୍କରେ ମଧ୍ୟ ଉଚ୍ଚକୋଟିର ରିୟାଲିଟି ଶୋ ହେଉଛି ଏବଂ ଯୁବପିଢ଼ି ମନୋରଞ୍ଜନ ଦୁନିଆ ପ୍ରତି ଆକର୍ଷିତ ହୋଇ ନିଜର କ୍ୟାରିୟର ଗଢିବାରେ ଲାଗି ପଡ଼ୁଛନ୍ତି l

ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି । ସେହିପରି “ଓଡ଼ିଶାର ବେଷ୍ଟ ସିନେଷ୍ଟାର ର ଖୋଜ” ହେଉଛି ଏକ ଅନନ୍ୟ ପ୍ରତିଭା ଖୋଜିବାର ପ୍ରୟାସ ଯାହା ଓଡ଼ିଶାର ପରବର୍ତ୍ତୀ ବଡ଼ ଅଭିନେତାକୁ ପରିଚୟ ଦେବ । ଏହି ରିଆଲିଟି ଶୋ ରେ ଆଶାୟୀ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ସେମାନଙ୍କର ବହୁମୁଖୀ ଅଭିନୟ, ସ୍କ୍ରିନରେ ଉପସ୍ଥିତି ଏବଂ ଷ୍ଟାର ଶକ୍ତି ମାଧ୍ୟମରେ – ଠିକ୍ ବଡ ପରଦାରେ ପ୍ରକୃତ ନାୟକ ଏବଂ ନାୟିକାମାନଙ୍କ ପରି ବିଭିନ୍ନ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦୀତା କରି ଆଗାମୀ ସୁପରଷ୍ଟାର ହେବା ପାଇଁ ନିଜର ଦାବିଦାରି ଉପସ୍ଥାପନ କରୁଛନ୍ତି ।

ତେବେ ଚଳିତ ବର୍ଷ ବଡ଼ ଧୁମଧାମ ସହିତ ଆୟୋଜିତ ହୋଇଛି ଏହି ରିୟାଲିଟି ଶୋ l ନାଟକୀୟ ଦୃଶ୍ୟଠାରୁ ଆରମ୍ଭ କରି କମେଡି ଡ୍ରାମା ସହ ଆକ୍ସନ ସିକ୍ୱେନ୍ସ ପର୍ଯ୍ୟନ୍ତ ନିଜର ସବୁ ପ୍ରକାର ପ୍ରତିଭା ଦ୍ୱାରା ଏହି ମଞ୍ଚକୁ ଜୀବନ୍ତ କରିବେ । ପ୍ରତିଯୋଗୀମାନେ ବିଭିନ୍ନ ପର୍ଯ୍ୟାୟରେ ନିଜର କଳା ପ୍ରଦର୍ଶନ କରିବେ ଓ ଶେଷ ପର୍ଯ୍ୟାୟରେ ଅର୍ଥାତ ଗ୍ରାଣ୍ଡ ଫିନାଲେରେ ଜଣେ ଅଭିନେତା ଓ ଅଭିନେତ୍ରୀ ବିଜୟୀ ମୁକୁଟ ପିନ୍ଧିବେ ଯିଏ ପାଇବେ ବଡ ସ୍କ୍ରିନକୁ ପ୍ରବେଶ କରିବାର ବଡ ସୁଯୋଗ l ସେମାନଙ୍କୁ ଆଗାମୀ ଜୀ ସାର୍ଥକ ଫିଲ୍ମସ ଓ ମ୍ୟୁଜିକ ଭିଡିଓରେ ମୁଖ୍ୟ କଳାକାର ଭାବରେ ଲଞ୍ଚ ହେବେ।

ଏହି ରିୟାଲିଟି ଶୋ ରେ ବିଚାରକ ଭାବରେ ଓଲିଉଡ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଶ୍ରୀତମ, ଲିପି ଏବଂ ନମ୍ରତା ଥାପ୍ପା ନଜର ଆସିବେ ଓ ଉପସ୍ଥାପନା କରିବେ ଅଭିନେତ୍ରୀ ଅନନ୍ୟା ଏବଂ ଅଭିନେତା ରଞ୍ଜନ । ପ୍ରତ୍ୟେକ ଶନିବାର ଓ ରବିବାର, ରାତି ୯:୩୦ରୁ କେବଳ ଜୀ ସାର୍ଥକରେ ଦର୍ଶକ ଦେଖିପାରିବେ ।

ଓଡ଼ିଶାର କଳା ଓ ସ୍ଥାପତ୍ୟ ଓ ଅଭିନୟକୁ ଆଗକୁ ନେବା ପାଇଁ ଜୀ ସାର୍ଥକ ସବୁବେଳେ ଚେଷ୍ଟାରତ, ତେଣୁ ଆମ ସହିତ ଯୋଡି ହୋଇ ରୁହନ୍ତୁ ଓ ଚ୍ଯାନେଲର ଏହି ପ୍ରୟାସକୁ ଆଉ ପାଦେ ଆଗକୁ ନେବା ପାଇଁ ଅନୁରୋଧ କରିଛନ୍ତି ଚ୍ୟାନେଲ କତୃପକ୍ଷ l

Leave A Reply

Your email address will not be published.