AIIMSରେ ଭର୍ତ୍ତି ହେଲେ ଉପରାଷ୍ଟ୍ରପତି ଧନକଡ; ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିବା ସୂଚନା

0

ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଛାତିରେ ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା ଦେଖାଯିବାରୁ ତାଙ୍କୁ ଏମ୍ସର କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ଦିଲ୍ଲୀ ଏମ୍ସ କାର୍ଡିଓଲୋଜି ମୁଖ୍ୟ ଡାକ୍ତର ରାଜୀବ ନାରାଙ୍ଗଙ୍କ ତତ୍ତ୍ବାବଧାନରେ ଧନକଡଙ୍କୁ ଚିକିତ୍ସାରେ ରଖାଯାଇଛି ।  ବିଶେଷ କିଛି ତଥ୍ୟ ହସ୍ତଗତ ହୋଇନାହିଁ ।

କିଛି ଦିନ ଧରି ସଂସଦୀୟ ବ୍ୟାପାରକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି ଧନକଡ ।  ନିକଟରେ ଗୃହକାର୍ଯ୍ୟ ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କୁମ୍ଭମେଳାରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଦଳାଚକଟାରେ ହଜାରେ ଲୋକଙ୍କ ଜୀବନ ଯାଇଥିବା କହିଥିଲେ । ଏହାକୁ ବିରୋଧ କରି ସତ୍ତା ଦଳର ସାଂସଦମାନେ ହୋହାଲ୍ଲା କରିବା ସହ ଏଭଳି ବୟାନକୁ ବଦଳାଇବାକୁ କହିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନକଡ । ଏହାକୁ ନେଇ ଗୃହରେ ତୁମ୍ବିତୋଫାନ ହୋଇଥିଲା। ଧନକଡଙ୍କ ଇସ୍ତଫା ଯାଏଁ ବି କଥା ଯାଇଥିଲା।

Leave A Reply

Your email address will not be published.