ଆଜି ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଥମ ଭୋଟ ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ(ଆମ ଟିଭି): ଆଜି ଉପରାଷ୍ଟ୍ରପତି ନିର୍ବାଚନ। NDA ପ୍ରାଥୀ ଧନଖର ଏବଂ ମାର୍ଗାରେଟ୍ଙ୍କ ମଧ୍ୟରେ ନିର୍ବାଚନ ହେଉଛି । ପ୍ରଥମ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ଭୋଟ ଗ୍ରହଣ କରାଯିବ । ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ ଏମିତି ନୋମିନେଟେଡ୍ ସଦସ୍ୟ ମଧ୍ୟ ଏହି ନିର୍ବାଚନରେ ନିଜର ମତ ସାବ୍ୟସ୍ତ କରିପାରିବେ । ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ୍ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ସାମିଲ ହେବେ । ଭୋଟିଂ ପରେ ସାଙ୍ଗେ ସାଙ୍ଗେ ଗଣତି କରାଯିବ ।
ତେବେ ଜାଣନ୍ତୁ କେମିତି ହୁଏ ଭାରତରେ ଉପ-ରାଷ୍ଟ୍ରପତି ନିର୍ବାଚନ-
- ରାଷ୍ଟ୍ରପତି ଭଳି ଉପ-ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଦେଶର ସାଧାରଣ ନାଗରିକ ଭୋଟ୍ ଦେଇ ନ ଥାନ୍ତି
- ରାଷ୍ଟ୍ରପତି ନିର୍ବାଚନରେ ଉଭୟ ସାଂସଦ ଓ ବିଧାୟକ ଭୋଟ୍ ଦେଉଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ସାଂସଦ ଭୋଟ୍ ଦେଇଥାନ୍ତି
- ଉପ-ରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର ମନୋନୀତ ସଦସ୍ୟ ମଧ୍ୟ ମତାଧିକାର ସାବ୍ୟସ୍ତ କରିଥାନ୍ତି
- ଲୋକସଭା ଓ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠନ ହୋଇଥାଏ ଇଲେକ୍ଟୋରାଲ୍ କଲେଜ୍
- ଲୋକସଭାର ନିର୍ବାଚିତ ସଦସ୍ୟ-୫୪୩
- ରାଜ୍ୟସଭାର ନିର୍ବାଚିତ ସଦସ୍ୟ-୨୩୩
- ରାଜ୍ୟସଭାର ମନୋନୀତ ସଦସ୍ୟ-୧୨
- ଇଲେକ୍ଟୋରାଲ୍ କଲେଜର ମୋଟ୍ ସଦସ୍ୟ-୭୮୮
- ଏଠାରେ ପ୍ରତି ସାଂସଦଙ୍କ ଭୋଟ୍ ମୂଲ୍ୟ ୧