ବିଜେଡି ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ: ତେଜିଲା ବିବାଦ

0

ଭୁବନେଶ୍ୱର (ଆମ ଟିଭି): ବିଜେଡିର ଦଳୀୟ ବ୍ୟାନରରେ ଉପବାଚସ୍ପତିଙ୍କ ଫଟୋ । ବିଜେଡି ମହିଳା କାର୍ୟ୍ୟକାରିଣୀ ବୈଠକରେ ଲାଗିଥିବା ବ୍ୟାନରରେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋକୁ ନେଇ ଉପୁଜିଛି ବିବାଦ । ସାମ୍ବିଧାନିକ ପଦ ପଦବୀରେ ଥିବା ଜଣେ ବ୍ୟକ୍ତି ଦଳୀୟ କାର୍ୟ୍ୟକ୍ରମରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ସେପରି ସ୍ଥଳେ ତାଙ୍କ ଫଟୋ କିପରି ବ୍ୟାନରରେ ସ୍ଥାନ ପାଇଲା ତାକୁ ନେଇ ଉଠିଛି ପ୍ରଶ୍ନ ।
ଅନୁଗୁଳ ଜିଲ୍ଲା ବିଜୁ ମହିଳା ଜନତା ଦଳର ପରିବର୍ଦ୍ଧିତ କାର୍ୟ୍ୟକାରିଣୀ ବୈଠକରେ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଦଳର ବରିଷ୍ଠ ନେତ୍ରୀ ଓ ଜିଲ୍ଲାର ବିଜେଡି ବିଧାୟକମାନେ ଯୋଗ ଦେଇଥିଲେ । କିନ୍ତୁ ମଂଚରେ ଲାଗିଥିବା ବ୍ୟାନର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହି ବ୍ୟାନରରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶ ଓ ସହ ସଂପାଦକ କୁନ ବିହାରୀ ଦାଶଙ୍କ ଫଟୋ ପରେ ଉପବାଚସ୍ପତି ତଥା ବର୍ତ୍ତମାନର ଭାରପ୍ରାପ୍ତ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଫଟୋ ଲାଗିଥିଲା । ବିରୋଧୀ ଅଭିଯୋଗ କରିଛନ୍ତି କି ନିର୍ବାଚନ ଆସୁଥିବାରୁ ବିଜେଡି ସବୁ ନିୟମକୁ ଜଳାଞ୍ଜଳି ଦେଇଛି । ଦଳର ସ୍ୱାର୍ଥ ଆଗରେ ନୀତି, ନୈତିକତା ଓ ଆଦର୍ଶର ମାନେ କିଛି ନାହିଁ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.