ଆଜିଠୁ ଯୁକ୍ତ ୨ ଖାତା ଦେଖା

0

କଟକ (ଆମ ଟିଭି): ଆଜିଠୁ ଯୁକ୍ତ ୨ ଖାତା ଦେଖା ।ଚଳିତବର୍ଷ ୨ ଟି ପର୍ଯ୍ୟାୟରେ ହେବ ଖାତା ଦେଖା। ପ୍ରଥମ ପର୍ୟ୍ଯାୟ ଜୁନ୍ ୨ ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ। ଦ୍ବିତୀୟ ପର୍ୟ୍ଯାୟ ଜୁନ୍ ୧୩ ତାରିଖରୁୁ ଆରମ୍ଭ ହେବ। ପ୍ରଥମ ପର୍ୟ୍ଯାୟ ରେ କଳା, ବାଣିଜ୍ଯ ଛାତ୍ରଛାତ୍ରୀ ମାନଙ୍କ ସମସ୍ତ ବିଷୟ ଓ ବିଞ୍ଜାନର ୫ ଟି ବିଷୟ ର ଖାତା ଦେଖାହେବ। ଦ୍ବିତୀୟ ପର୍ୟ୍ଯାୟ ରେ ବିଞ୍ଜାନର ଅନ୍ୟାନ୍ୟ ବିଷୟ ଓ ଧନ୍ଦାମୂଳକ ର ସମସ୍ତ ବିଷୟ ର ଖାତା ଦେଖା ହେବ। ଚଳିତବର୍ଷ ବର୍ଷ ଅଫଲାଇନ୍ ଓ ଅନଲାଇନ୍ ରେ ଖାତା ଦେଖାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ଖାତା ଦେଖା ପାଇଁ ଅଫଲାଇନ୍ ରେ ୬୪ ଟି କେନ୍ଦ୍ର ହୋଇଥିବା ବେଳେ ଅନଲାଇନ୍ ରେ ୩୭ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି। ଆସନ୍ତା ଜୁଲାଇ ରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।

ଚଳିତବର୍ଷ ୨ ପ୍ରକାର ପଦ୍ଧତି ରେ ମୂଲ୍ୟାୟନ ହେବ। ପ୍ରଥମ ପଦ୍ଧତି ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ତର ରେ ହୋଇଥିବା ଇଣ୍ଟରନାଲ ପରୀକ୍ଷା ର ୨୦ ପ୍ରତିଶତ ଓ ଦ୍ବାଦଶ ପରୀକ୍ଷା ର ୮୦ ପ୍ରତିଶତ କୁ ନେଇ ପିଲାଙ୍କ ଖାତା ମୂଲ୍ୟାୟନ କରାଯିବ। ଛାତ୍ରଛାତ୍ରୀ ମାନଙ୍କ ୩ ଟି ଇଣ୍ଟରନାଲ ପରୀକ୍ଷା ଭିତରୁ ସର୍ବାଧିକ ମାର୍କ ପାଇଥିବା ୨ ଟି ପରୀକ୍ଷା କୁ ଗ୍ରହଣ କରାଯିବ। ଚଳିତବର୍ଷ କଳା, ବିଞ୍ଜାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Leave A Reply

Your email address will not be published.