ଆର୍ଟିଆଇ ପରିସରକୁ ଆସିବ ଭିଜିଲାନ୍ସ ବିଭାଗ:ହାଇକୋର୍ଟ

0

କଟକ(ଆମ ଟିଭି): ଏଣିକି ଆର୍ଟିଆଇ ପରିସରକୁ ଆସିବ ଭିଜିଲାନ୍ସ ବିଭାଗ । ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟଙ୍କ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିକୁ ରଦ୍ଦ କଲେ କୋର୍ଟ । ଏଣିକି ଆର୍ଟିଆଇ ପରିସର ଭୁକ୍ତ ହେବ ଭିଜିଲାନ୍ସ ବିଭାଗ । ଦୁର୍ନୀତି ଓ ମାନବାଧିକାର ଉଲ୍ଲଂଘନ ସୂଚନା ଗୋପନୀୟ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ । ସରକାରୀ ଭାବେ ସୂଚନା ଦେବା ଏକ ସାଧାରଣ କଥା । କିନ୍ତୁ ନଦେବା ଏକ ବ୍ୟତିକ୍ରମ ବୋଲି ଆଜି ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତିକୁ ନେଇ ରୁଜୁ ଏକ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି କୋର୍ଟ ।

Leave A Reply

Your email address will not be published.