ବିଆରଏସରେ ମିଶିପାରନ୍ତି ବିଜୟ ମହାପାତ୍ର

0

ଭୁବନେଶ୍ୱର (ଆମ ଟିଭି): ବିଆରଏସରେ ମିଶିବେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର । ଏହି ଚର୍ଚ୍ଚାକୁ ଆଜି ଖୋରାକ୍ ଯୋଗାଇଛି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ବିଆରଏସ୍ ନେତା ଭେଟିବା। ତେବେ ଚର୍ଚ୍ଚାକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ବିଜୟ ମହାପାତ୍ର । କହିଛନ୍ତି, ବିଆରଏସ ନେତା ତାଙ୍କୁ ଭେଟିଥିଲେ । ଏବଂ ତାଙ୍କୁ କଂଗ୍ରେସ, ବିଜେପି, ବିଜେଡି ନେତା ଭେଟୁଛନ୍ତି । କିଏ କିଏ ଭେଟୁଛନ୍ତି କହିବାକୁ ମନା କରିଥିଲେ ବି ସବୁ ଦଳର ନେତା ଭେଟୁଛନ୍ତି ବୋଲି କହିଛନ୍ତି ।

ଏଥିସହ ୨୪ରେ ବିଜୟଙ୍କ ଆଭିମୁଖ୍ୟ କଣ ରହିବ ପ୍ରଶ୍ନର ଉତରରେ ବିଜୟ କହିଛନ୍ତି, ସମସ୍ତେ ଭେଟୁଛନ୍ତି, ଭେଟି ସାରିବା ପରେ ଯାହା ନିଷ୍ପତି ହେବ । କିନ୍ତୁ ୨୦୨୪ ନିର୍ବାଚନ ନିର୍ଣ୍ଣାୟକ ହେବ । ଭିିନ୍ନ ନିର୍ବାଚନ ହେବ । ସେଥିରେ କଣ ହେବ ସମସ୍ତେ ଜାଣିବେ । ୨୪ଟା ୧୯ ନୁହେଁ । ବିଆରଏସରେ ଓଡିଶାର ବହୁ ନେତା ସାମିଲ ହେବା ପରେ ବିଜୟ ମହାପାତ୍ର ନୂଆ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.