ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ବିଜୟ ପଟ୍ଟନାୟକ
ଭୁବନେଶ୍ବର: ଆଜି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ କହିଛନ୍ତି, ଲୋକମାନେ ଯେଉଁ ସରକାରଙ୍କୁ ଭୋଟ୍ ଦେଇ ଜିତେଇଛନ୍ତି, ସେହି ଲୋକମାନଙ୍କ କଥା ଏବେ ସରକାର ଶୁଣିପାରୁନି।
ବିଧାୟକଙ୍କ ପାଖକୁ କୌଣସି ଲୋକ ଅସୁବିଧା ନେଇ ଗଲେ ସେ ତାଙ୍କ ହାତରେ କିଛି ନାହିଁ ବୋଲି କହୁଛନ୍ତି। ସେହିପରି ମନ୍ତ୍ରୀମାନେ ମଧ୍ୟ ସମାନ କଥା କହୁଛନ୍ତି। ଏବେ ତୃତୀୟ ମହଲା ଦ୍ୱାରା ସବୁକିଛି ନିୟନ୍ତ୍ରିତ ହେଉଛି। ଯେଉଁଠି ଲୋକସେବା ଭବନ ଆଉ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସାମ୍ବାଦିକମାନଙ୍କୁ ମନା ହେଉଛି, ସେଠି ଲୋକଙ୍କ ସ୍ୱର କେମିତି ଶୁଭିବ ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ନେତାମାନେ ଯଦି ଲୋକଙ୍କ ସହ ମିଶିବେନି, ସେମାନଙ୍କ ଗୁହାରି ଶୁଣିବେନି ତେବେ ଏହାକୁ ଗଣତନ୍ତ୍ର କେମିତି କୁହାଯିବ? ଏବେକା ସମୟରେ ଚାଲିଥିବା ରୁଦ୍ଧଦ୍ୱାର ବ୍ୟବସ୍ଥାରେ ପରିବର୍ତ୍ତନ ହେବା ଦରକାର।
ଅନ୍ୟପଟେ ସେଚ୍ଛାଚାରିତା ବଢିଲେ ଦୁର୍ନୀତି ବଢେ। ଲଡ୍ ଆକ୍ଟନ କହିଥିଲେ, ଯଦି କୌଣସି ଲୋକର କ୍ଷମତା ବିରୋଧରେ କହିପାରିବେନି, ତେବେ ସ୍ୱେଚ୍ଛାଚାରିତା ବଢିବ, ଦୁର୍ନୀତି ବଢିବ। ବର୍ତ୍ତମାନ ସମୟରେ ସାଧାରଣ ଲୋକଟିଏ ଘର ପାଇଁ କାର୍ଡ ଲାଗି ଭତ୍ତା ପାଇଁ ଟଙ୍କା ଦେବାକୁ ପଡୁଛି। ଏ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ କହିଛନ୍ତି ।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଆହୁରି କହିଛନ୍ତି, ଓଡ଼ିଶାରେ ଓଡ଼ିଆମାନେ ନିର୍ଯ୍ୟାତିତ। ଓଡ଼ିଶାର କଣ୍ଟ୍ରାକ୍ଟରମାନେ କାମ ପାଇପାରୁନାହାଁନ୍ତି। କେବଳ ବଡ଼ ବଡ଼ ନୁହେଁ, ଛୋଟ ଛୋଟ କଣ୍ଟ୍ରାକ୍ଟର ଯଦି ଓଡ଼ିଶା ବାହାରୁ ଆସି କାମ କରିବେ, ତେବେ ଓଡ଼ିଶାର ଲୋକ କୁଆଡ଼େ ଯିବେ? ରାଜ୍ୟର ବିକାଶ ପାଇଁ ଅନେକ କାମ ଚାଲିଛି ହେଲେ ସବୁକିଛି ବାହାରୁ ଆସୁଛି । ବାହାର ଲୋକଙ୍କୁ ସବୁ କାମ ଦିଆଯାଉଛି। ଓଡ଼ିଶାରେ ଓଡ଼ିଆ ଲୋକଙ୍କୁ କାମ ନମିଳିବା କାରଣରୁ ଓଡ଼ିଶାର ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ବୋଲି ବିଜୟ କହିଛନ୍ତି ।
ଓଡିଶାରେ ବର୍ତ୍ତମାନ ନିଯୁକ୍ତିର ଅଭାବ ଦେଖାଦେଇଛି । ଓଡ଼ିଶାର କେତେ ଲୋକ ବାହାରେ ଦାଦନ ଖଟୁଛନ୍ତି, ତାହା ସରକାର ପାଖରେ ତଥ୍ୟ ନାହିଁ। ଓଡ଼ିଶାରେ ଯଦି ସୁବିଧା ସୁଯୋଗ ଥାନ୍ତା, ତେବେ ଓଡ଼ିଆ ଲୋକମାନେ କଣ ପାଇଁ ବାହାରକୁ ଯାଆନ୍ତେ ବୋଲି ବିଜୟ କହିଛନ୍ତି।ରାଜ୍ୟ