ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦେଲା ଦଳ

0

ନୂଆଦିଲ୍ଲୀ(ଆମ ଟିଭି): ୨୪ ନିର୍ବାଚନ ପାଇଁ ନିର୍ବାଚନୀ ପ୍ରଭାରୀ ଘୋଷଣା କଲା ବିଜେପି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିଭିନ୍ନ ରାଜ୍ୟ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀ ଘୋଷଣା କରିଛି । ଓଡ଼ିଶା ପାଇଁ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଥିବା ବେଳେ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ମିଳିଛି । ସେହିଭଳି ୨୩ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ ଘୋଷଣା କରିଛି ବିଜେପି ।

ଉତ୍ତରପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ଏକାକୀ ପ୍ରଭାରୀ ଦାୟିତ୍ୱ ମିଳିଛି । ବିହାର ପାଇଁ ବିନୋଦ ତାୱଡେ, ପଞ୍ଜାବ ଓ ଚଣ୍ଡିଗଡ ପାଇଁ ବିଜୟ ରୂପାନୀ, ହରିୟାଣା ପାଇଁ ବିପ୍ଲବ କୁମାର ଦେବ, କେରଳ ପାଇଁ ପ୍ରକାଶ ଜାବଡେକରଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଛି ।

 

Leave A Reply

Your email address will not be published.