ହିରୋ ହେବେ ଭିଲେନ୍

0

ଭୁବନେଶ୍ବରରେ ଏକ ନୂଆ ତାରକା ମଣ୍ଡପ ପରିସରରେ ନୂଆ ଚଳଚ୍ଚିତ୍ର ‘ଭିଲେନ୍’ର ଫାଷ୍ଟଲୁକ୍ ଲୋକାର୍ପଣ ହେଇଯାଇଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହେବାକୁ ଯାଉଥିବା ଉକ୍ତ ଚଳଚ୍ଚିତ୍ରର ପ୍ରଯୋଜକ ଆଦିକନ୍ଦ ସାହୁ ଏବଂ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଶ୍ବିନୀ ତ୍ରିପାଠୀ। ଏହାର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ଗୀତ ରଚନା କରିଛନ୍ତି ତପୁ ନାୟକ ଓ ବାପୁ ଗୋସ୍ଵାମୀ ଏବଂ ସଙ୍ଗୀତ ସଜାଇଛନ୍ତି ଜାପନୀ ଭାଇ। ନିର୍ଦ୍ଦେଶନା ଦେଉଛନ୍ତି କେ. ମୂରଲୀକ୍ରିଷ୍ଣା। ଏଥିରେ ଥିବା ଗୀତଦୃଶ୍ୟରେ କୋରିଓଗ୍ରାଫି କରିବେ ବିଦୁ ଓ ଲୁବୁନ୍- ଟୁବୁନ୍। ଭିଲେନ୍ କାହାଣୀରେ ଜଣେ ମାତ୍ର ନାରୀ ଚରିତ୍ର ଥିବା ବେଳେ ଏହାର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ଓଲିଉଡ୍‌ ଇଣ୍ଡଷ୍ଟ୍ରିର ଅନ୍ୟୁନ ୪୦ ଜଣ ନାମୀଦାମୀ କଳାକାର ଅଭିନୟ କରିବେ ବୋଲି ସୂଚନା ଦେଇଛନ୍ତି। ଅତୀତରେ ଅ ଆ ଇ, ବ୍ଲାକମେଲ୍, ପରଦେଶୀ ଚଢ଼େଇ ଓ ଷଷ୍ଠରୁ ନଷ୍ଟ ଭଳି ଚଳଚ୍ଚିତ୍ରର ନାୟକ ସାଜିଥିବା ଅର୍ଦ୍ଧେନ୍ଦୁ ଏଇ ଚଳଚ୍ଚିତ୍ରରେ ନିଜେ ହିଁ ଭିଲେନ୍ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି।

Leave A Reply

Your email address will not be published.