ୟୁରୋପରେ ୪ ଦିନ ହେବ ବଢୁଛି ହିଂସା
ନୂଆଦିଲ୍ଲୀ (ଆମ ଟିଭି): ୟୁରୋପରେ ହିଂସା ଦିନକୁ ଦିନ ବଢିବାରେ ଲାଗିଛି । ୪ ଦିନ ହେବ ଏହା ଲଗାତର ବଢିବାରେ ଲାଗିଛି । ଯୁବ ଦଙ୍ଗାକାରୀମାନେ ପୁଲିସ୍ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନକୁ ଲୁଟ କରିବାରେ ଲାଗିଛନ୍ତି। ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୪୫ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତଥାପି ସ୍ଥିତିରେ କୌଣସି ପ୍ରକାରର ସୁଧାର ଆସିନି।
ଚଳିତ ସପ୍ତାହରେ ଉତ୍ତର ଆଫ୍ରିକାର ଜଣେ କିଶୋର ପୁଲିସ୍ ଗୁଳିରେ ପ୍ରାଣ ହରାଇବା ପରେ ଫ୍ରାନ୍ସରେ ହିଂସା ସୃଷ୍ଟି ହୋଇଛି। ପ୍ୟାରିସର ପଶ୍ଚିମ ପ୍ରାନ୍ତରେ ଥିବା ନାନଟେରେର ପ୍ରଥମେ ହିଂସା ଆରମ୍ଭ ହୋଇଥିଲା। ଏହି ସ୍ଥାନରେ ହିଁ ୧୭ ବର୍ଷୀୟ ନାହେଲ ଏମଙ୍କୁ ଗୋଟିଏ ଟ୍ରାଫିକ ପୋଷ୍ଟ ନିକରେ ଜଣେ ପୁଲିସ୍ ଅଧିକାରୀ ମଙ୍ଗଳବାର ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ବିଭିନ୍ନ ଦଙ୍ଗାରେ ଗିରଫ କରାଯାଇଥିଲେ ହେଁ ହିଂସା ଥମିବାର ନାଁ ଧରୁନି।