ଫୁଟବଲ୍ ବିଶ୍ୱକପ୍ ହାରିବା ପରେ ବେଲଜିୟମରେ ହିଂସା

0

ନୂଆଦିଲ୍ଲୀ (ଆମ ଟିଭି): ଫୁଟବଲ ବିଶ୍ୱକପ୍ ହାରିବା ପରେ ବ୍ୟପକ ହିଂସା । କତାରରେ ଚାଲିଥିବା ଫୁଟ୍ବଲ ବିଶ୍ୱକପ୍ ମ୍ୟାଚ୍ରେ ରବିବାର ଦିନ ବେଲ୍ଜିୟମ ମରକ୍କୋ ଠାରୁ ହାରିଯାଇଛି। ତେବେ ଏହି ପରାସ୍ତକୁ ବରଦାସ୍ତ କରିପାରିନାହାନ୍ତି ବେଲ୍ଜିୟମ୍ବାସୀ। ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ଏହାକୁ ନେଇ ହିଂସା ସୃଷ୍ଟି ହୋଇଛି । ଫୁଟ୍ବଲ ପ୍ରେମୀମାନେ ବିଭିନ୍ନ ଗାଡି ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି।

ରଏଟର୍ସର ରିପୋର୍ଟ ମୁତାବକ, ଏହି ହିଂସା ମାମଲାରେ ସ୍ଥାନୀୟ ପୁଲିସ ୧୨ରୁ ଅଧିକ ଲୋକଙ୍କୁ ଗିରଫ କରିଛି। ଏମାନେ ପୁଲିସ ଉପରକୁ ମଧ୍ୟ ଆକ୍ରମଣ କରିଥିଲେ। ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଅନେକ ଲୋକ ମରକ୍କୋର ପତାକା ଧରି ବିକ୍ଷୋଭ କରିଥିଲେ। ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପାଣି ମାଡ କରିବା ସହ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ବ୍ରସେଲ୍ସର ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ରାତି ପ୍ରାୟ ୭ଟା ବେଳକୁ ପରିସ୍ଥିତି ଶାନ୍ତ ହୋଇଥିଲା। ଏବେ ବି ହିଂସାକୁ ଦୃଷ୍ଟିରେ ରଖି ସତର୍କତାମୂକ ପେଟ୍ରୋଲିଂ ଜାରି ରହିଛି।

Leave A Reply

Your email address will not be published.