ଫ୍ରାନ୍ସରେ ଥମୁନି ହିଂସା

0

ନୂଆଦିଲ୍ଲୀ (ଆମ ଟିଭି): ବହୁ ଚେଷ୍ଟା ସତ୍ତ୍ୱ ଫ୍ରାନ୍ସରେ ହିଂସା ଥମିବାର ନାଁ ନେଉନି । ନାବାଳକ ଟ୍ରାଫିକ୍ ନିୟମ ନମାନିବାରୁ ପୁଲିସ ତା’ ଉପରକୁ ଗୁଳି ଚଳାଇବା ଏବଂ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟଣାକୁ ବିରୋଧ କରି ଫ୍ରାନ୍ସରେ ପରିସ୍ଥିତି ଅତି ଜଟିଳ ହୋଇଛି ।

ଫ୍ରାନ୍ସରେ ଲଗାତାର ପଞ୍ଚମ ଦିନ ଧରି ଦଙ୍ଗା ଜାରି ରହିଛି। ଦଙ୍ଗାକାରୀଙ୍କ ଆତଙ୍କ ବେଳକୁ ବେଳ ଭୟାନକ ହେଉଥିବା ବେଳେ ପୁଲିସ ପ୍ରଶାସନ ଅସହାୟ ପାଲଟି ଯାଇଛି। ଅତିରିକ୍ତ ୪୫ ହଜାର ସୁରକ୍ଷା କର୍ମୀଙ୍କ ନିୟୋଜନ ସତ୍ତ୍ବେ ହିଂସା ନିୟନ୍ତ୍ରଣ ହେଉନାହିଁ। ଗତରାତିରେ ମଧ୍ୟ ଦଙ୍ଗାକାରୀ ଶତାଧିକ ସରକାରୀ ଭବନରେ ନିଆଁ ଲଗାଇ ଦେବା ସହ ୨ ଶହରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି। ପ୍ରାୟ ୧ ହଜାର ଦୋକନ ଜଳି ପାଉଁଶ ହୋଇଯାଇଛି।

Leave A Reply

Your email address will not be published.