ମଣିପୁରରେ ଥମିବାର ନାଁ ନେଉନି ହିଂସା

0

ନୂଆଦିଲ୍ଲୀ (ଆମ ଟିଭି): ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ମଣିପୁରରେ ହିଂସା ଲାଗି ରହିଛି । ତଥାପି ମଣିପୁରରେ ଥମୁନି ହିଂସା । ଅନେକ ସ୍ଥାନରେ ଜାରି ରହିଛି ସଂଘର୍ଷ । ସେନା ମୁତୟନ ସତ୍ତ୍ୱେ ଉତ୍ତେଜନା ଥମୁନଥିବାରୁ ଇଣ୍ଟରନେଟ ସେବା କଟକଣାକୁ ଆଜି ଯାଏ ବୃଦ୍ଧି କରାଯାଇଛି । ସେପଟେ କୁକୀଙ୍କ ଲାଗି ସ୍ୱତନ୍ତ୍ର ପ୍ରାଶାସନିକ ଅଞ୍ଚଳ ଗଠନ କରିବା ଲାଗି ବିଜେପିର ୮ ଓ କୁକୀ ସମ୍ପ୍ରଦାୟର ୨ ବିଧାୟକଙ୍କ ଦାବିକୁ ଅଗ୍ରାହ୍ୟ କରିଛନ୍ତି ରାଜ୍ୟ ସରକାର । ମେତେଇ ଓ କୁକୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିବାରୁ ବିଭିନ୍ନ ସ୍ଥାନରେ ସେନା ସଜାଗ ଦୃଷ୍ଟି ରଖିଛି । ହ୍ବାଟ୍ସଆପ, ଇନଷ୍ଟାଗ୍ରାମ, ଫେସବୁକ, ଟ୍ୱିଟର ଆଦି ଜରିଆରେ ପ୍ରସାରିତ କୌଣସି ପ୍ରକାର ଗୁଜବରେ ବିଶ୍ବାସ ନ କରିବା ଲାଗି ରାଜ୍ୟବାସୀଙ୍କୁ ପରାମର୍ଶ ଦିଆଯାଇଛି ।

ତେଣେ ମଣିପୁରରେ ହିଂସା ପ୍ରତିବାଦରେ ଦିଲ୍ଲୀରେ ମଣିପୁରବାସୀ ଧାରଣା ଦେଇଛନ୍ତି । ଆଦିବାସୀ ମାନ୍ୟତା ଦେବା ଲାଗି ମେତେଇମାନେ ଦାବି କରିବା ପରେ ପରେ ଗତ ମେ ୩ ତାରିଖରୁ ମଣିପୁରରେ ହିଂସା ଜାରି ରହିଛି । ରାଜ୍ୟର ୧୦ଟି ପର୍ବତାଞ୍ଚଳରେ ହିଂସା ଯୋଗୁ ୬୦ ଲୋକଙ୍କ ପ୍ରାଣହାନି ହୋଇଥିବାବେଳେ ୧୭୦୦ରୁ ଅଧିକ ଗୃହଦାହ କରାଯାଇଛି । ବିଭିନ୍ନ ଘଟଣାରେ ୧୩ ହଜାରରୁ ଅଧିକ ଲୋକ ଗୃହହୀନ ହୋଇ ସେନା ଶିବିରରେ ଆଶ୍ରୟ ନେଇଛନ୍ତି । ଶାନ୍ତି ରକ୍ଷା ଲାଗି ସେନା, ରାପିଡ ଆକ୍ସନ ଫୋର୍ସ ଓ ଆସାମ ରାଇଫଲ୍ସକୁ ସଜାଗ ରଖାଯାଇଛି ।

Leave A Reply

Your email address will not be published.