ଦମ୍ଭ ଦେଖାଇଲେ ବିରାଟ, ଦେଶକୁ ବିଶ୍ୱକପ ଜିତିବା ପାଇଁ ମୁଁ କିଛିବି କରିପାରିବି

0

ନୂଆଦିଲ୍ଲୀ(ଆମ ଟିଭି): ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଗତ ପ୍ରାୟ ଏକ ବର୍ଷ ହେଲା ନିଜର ଖରାପ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ବିରାଟ କୋହଲିଙ୍କ ପରି ବ୍ୟାଟ୍ସମ୍ୟାନ ଫର୍ମରେ ନ ରହିବା ସମଗ୍ର ଦଳ ପାଇଁ ମହଙ୍ଗା ପଡ଼ୁଛି । ନିକଟରେ ଇଂଲଣ୍ଡ ଗସ୍ତରେ ମଧ୍ୟ କୋହଲି ୬ଟି ଅନ୍ତର୍ଜାତୀୟ ଇନିଂସରେ ମାତ୍ର ୭୬ରନ୍ ସ୍କୋର କରିଥିଲେ।ଏଭଳି ଖରାପ ପ୍ରଦର୍ଶନ ଯୋଗୁଁ କୋହଲିଙ୍କୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଇତି ମଧ୍ୟରେ କୋହଲି ତାଙ୍କ ପ୍ରଶଂସକଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଏଭଳି ବାର୍ତ୍ତା ଦେଇ ‌ସେ ସମାଲୋଚକମାନଙ୍କୁ ଉତ୍ତର ଦେଇଥିବା ଚର୍ଚ୍ଚା ହେଉଛି। ଏହି ବାର୍ତ୍ତାରେ କୋହଲି ତାଙ୍କ ଲକ୍ଷ୍ୟ ବିଷୟରେ କହିବା ସହ ଏଥିପାଇଁ ସେ କିଛି ବି କରିବେ ବୋଲି କହିଛନ୍ତି।

କୋହଲି ଷ୍ଟାର ସ୍ପୋର୍ଟସକୁ ଦେଇଥିବା ବିବୃତିରେ କହିଛନ୍ତି, ‘ମୋର ଲକ୍ଷ୍ୟ ହେଉଛି ଟିମ୍ ଇଣ୍ଡିଆକୁ ଏସିଆ କପ୍ ଏବଂ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିବା। ଏଥିପାଇଁ ଯାହା କରିବାକୁ ହେବ, ମୁଁ ଏଥିପାଇଁ ପ୍ରସ୍ତୁତ। ତେବେ ଏସିଆ କପ୍ ସେପ୍ଟେମ୍ବରରେ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବ, ଯାହା ୟୁଏଇରେ ଅନୁଷ୍ଠିତ ହେବ। ଏହା ପରେ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହି ଦୁଇଟି ବଡ ଟୁର୍ନାମେଣ୍ଟ ଟି-୨୦ ଫର୍ମାଟରେ ହେବ।ବର୍ତ୍ତମାନ ବିରାଟ କୋହଲି ଏକ ମାସର ବିରତିରେ ଅଛନ୍ତି। ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଛୁଟି କଟାଇବାକୁ ପହଞ୍ଚିଛନ୍ତି। ନିକଟରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍, ଟି -୨୦ ଏବଂ ପରେ ଓଡିଆଇ ସିରିଜ୍ ଖେଳିବା ପରେ କୋହଲି ଛୁଟି କଟାଇବାକୁ ପ୍ୟାରିସ ଯାଇଛନ୍ତି। 

Leave A Reply

Your email address will not be published.