୩୫ ବର୍ଷରେ ପାଦ ଦେଲେ ବିରାଟ କୋହଲି

0

ରନ ମେସିନ। କିଙ୍ଗ କୋହଲି। ଗ୍ରେଟେଷ୍ଟ ଅଫ ଅଲ ଟାଇମ। ଏମିତି କେତେ କ’ଣ ଆଖ୍ୟା ଦେଲେ ମଧ୍ୟ ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲିଙ୍କ ପାଇଁ କମ୍ ପଡ଼ିବ। ଭାରତୀୟ କ୍ରିକେଟକୁ କପିଲ ଦେବ, ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଯଦି କେହି ସର୍ବୋଚ୍ଚ ସ୍ତରକୁ ନେଇଛନ୍ତି, ତା’ହେଲେ ସେ ହେଉଛନ୍ତି ବିରାଟ କୋହଲି।

ଆଜି ହେଉଛି ସେହି ମହାନ କ୍ରିକେଟରଙ୍କ ଜନ୍ମ ଦିନ। ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ। ଜନ୍ମ ଦିନରେ ଆଜି ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍‌ ଖେଳିବେ।

କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସକୁ ବିରାଟମୟ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ବ୍ୟାପକ ପ୍ରସ୍ତୁତି କରିଛି। ମ୍ୟାଚ୍‌ ପୂର୍ବରୁ ପଡ଼ିଆରେ ବିରାଟଙ୍କ ଜନ୍ମଦିନ ପାଳନ କରାଯିବ। ସେହିପରି ବିରାଟ ତାଙ୍କ ଜନ୍ମ ଦିନରେ ନିଜ ଦିନିକିଆ କ୍ୟାରିୟରର ୪୯ତମ ଶତକ ହାସଲ କରି ଏହାକୁ ଆହୁରି ସ୍ମରଣୀୟ କରିବେ ବୋଲି ମଧ୍ୟ ସମସ୍ତେ ଆଶା କରିଛନ୍ତି।

ଭାରତ ପାଇଁ ଅଣ୍ଡର ୧୯ ବିଶ୍ୱକପ ଜିତିବା ପରେ ବିରାଟ ଭାରତୀୟ ଟିମରେ ସାମିଲ ହୋଇଥିଲେ। ୨୦୦୮ରୁ ସେ ନିରବଚ୍ଛିନ୍ନ ଭାବେ ଭାରତୀୟ ଟିମକୁ ନିଜର ସେବା ଯୋଗାଇ ଆସୁଛନ୍ତି। ଧୋନିଙ୍କ ପରେ ବିରାଟଙ୍କୁ ଭାରତର କମାଣ ମିଳିଥିଲା। ସେ ଟେଷ୍ଟରେ ଦେଶକୁ ୧ନଂ ମଧ୍ୟ କରିଥିଲେ। ୨୦୧୯ ବିଶ୍ୱକପ ସେମି ଫାଇନାଲରେ ମଧ୍ୟ ଭାରତ ବିରାଟଙ୍କ କ୍ୟାପ୍ଟେନ୍ସିରେ ପ୍ରବେଶ କରିଥିଲା। ହେଲେ ବିରାଟଙ୍କ ଅମଳରେ ଦେଶ ଆଇସିସିର କୌଣସି ଟ୍ରଫି ନ ଜିତିବା ଏକ ନୈରାଶ୍ୟଜନକ ଅଧ୍ୟାୟ ସୃଷ୍ଟି କରିଛି।

Leave A Reply

Your email address will not be published.