ଗିରଫ ହେବେ କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ !

0

କଟକ: ଖ୍ୟାତନାମା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଯୌନ କେଳେଙ୍କାରୀ ଘଟଣାରେ କଟକ କମିସନରେଟ୍ ପୁଲିସ ଏକ ଚାରି ଜଣିଆ ଟିମ୍ ଗଠନ କରିଛି। ଏହି ଟିମରେ ଜଣେ ଇନସ୍ପେକ୍ଟରଙ୍କ ସମେତ ତଦନ୍ତକାରୀ ଅଧିକାରୀ ଓ ସ୍ପେଶାଲ ସ୍କ୍ବାଡର ଦୁଇ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଆସନ୍ତା ତିନି ଦିନ ମଧ୍ୟରେ ଯଦି ସୌରିନ ମହିଳା ଥାନାରେ ହାଜର ହୋଇ ନିଜର ପକ୍ଷ ନ ରଖନ୍ତି, ତେବେ ପୁଲିସ କଲିକତା ଯାଇ ତାଙ୍କୁ ଗିରଫ କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି। ଜଗତପୁର ସାଇ ବିହାରରେ ରହୁଥିବା ଯୁବତୀଙ୍କ ସହିତ ସୌରିନଙ୍କର ସିଡିଏ ସେକ୍ଟର ୬ସ୍ଥିତ ଭଡ଼ା ଘର ସହିତ କଲେଜ ଛକରେ ଥିବା ହୋଟେଲ୍ ଓ ସାଇ ବିହାରରେ ଯୁବତୀଙ୍କ ଘରେ ରାତି କାଟିଥିଲେ।

ତେଣୁ ଏହି ଅଞ୍ଚଳରେ ବୁଧବାର ସ୍ବତନ୍ତ୍ର ଟିମ୍ ଛାନଭିନ୍ କରିଛି। ଉକ୍ତ ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ପୁଲିସ ପଚରାଉଚରା କରିଛି। ସିଡିଏ ସେକ୍ଟର ୬ରେ ଥିବା ଏକ ଘରୋଇ ମନୋରଞ୍ଜନ ଚ୍ୟାନେଲରେ ସୌରିନ ନିଜର ଗୀତ ରେକର୍ଡ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ ବିଚାରକ ଭାବେ କାମ କରୁଥିଲେ। ସେଠାକୁ ବି ପୁଲିସର ଆଉ ଏକ ଟିମ୍ ଖୁବ ଶୀଘ୍ର ଯାଇ ଛାନଭିନ୍‌ କରିବାକୁ ଯୋଜନା କରୁଛି।

 

ସୂଚନାଯୋଗ୍ୟ, ବଲିଉଡ ତଥା ଓଲିଉଡ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ବିରୁଦ୍ଧରେ ଜଣେ ଓଡ଼ିଆ ଗାୟିକା ମହିଳା ଥାନାରେ ଏତଲା ଦେଇଥିଲେ। ପ୍ରଲୋଭନ ଦେଖାଇ ବିବାହ ପ୍ରତିଶ୍ରୁତି, ପ୍ରତାରଣା, ନିର୍ଯାତନା ଓ ଶୋଷଣ କରିବା ନେଇ ସୌରୀନଙ୍କ ବିରୋଧରେ ପୀଡ଼ିତା କଣ୍ଠଶିଳ୍ପୀ ଅଭିଯୋଗ କରିଥିଲେ । ତାଙ୍କ କହିବା ଅନୁଯାୟୀ, କଣ୍ଠଶିଳ୍ପୀ ସୌରୀନ ଭଟ୍ଟ ତାଙ୍କଠାରୁ ୧୦ ଲକ୍ଷ ଟଙ୍କା ହଡ଼ପ କରିସାରିଛନ୍ତି। ପୀଡ଼ିତା ଜଣେ ବ୍ୟାଙ୍କ କର୍ମଚାରୀ ବି ବୋଲି ସୂଚନା ମିଳିଛି। ଏହି ଘଟଣା ପୁଣି ଓଲିଉଡକୁ ବଦନାମ କରିଥିବା କୁହାଯାଉଛି। ଏଣେ କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ନାଁରେ ଏଭଳି ଅଭିଯୋଗ ଆସିବା ପରେ ପୁଲିସ କି ପଦକ୍ଷେପ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

ଖାଲି ସେତିକି ନୁହେଁ, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଯୌନ ନିର୍ଯାତନା ବି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ପୂର୍ବରୁ ପୀଡ଼ିତା ଜଗତପୁର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି।

Leave A Reply

Your email address will not be published.