ଭ୍ଲୋଦମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ

0

କିଭ୍ (ଆମ ଟିଭି): ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ୟୁକ୍ରେନ୍ରୁ ଆସିଛି ଆଉ ଏକ ବଡ଼ ଖବର । ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିର ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜଧାନୀ କିଭ୍ର ଗୋଟିଏ ଟ୍ରାଫିକ ପୋଷ୍ଟ ଅତିକ୍ରମ କରୁଥିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ବେଳେ ଜେଲେନସ୍କି କାର ମଧ୍ୟରେ ରହିଥିଲେ। ସେ ଏଥିରେ ସାମାନ୍ୟ ଆହତ ହୋଇଛି। ଦୁର୍ଘଟଣା ଆଦୌ ବଡ଼ ଧରଣର ନଥିଲା ଓ ଏଥିରେ କେହି ବି ଗୁରୁତର ହୋଇ ନଥିବା ଜେଲେନସ୍କିଙ୍କ ମୁଖପାତ୍ର ସେରହି ଫେସବୁକ ଜରିଆରେ ସୂଚନା ଦେଇଛନ୍ତି।

ଦୁର୍ଘଟଣା ସମ୍ପର୍କରେ ସେରହି ସୂଚନା ଦେଇ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଓ କେତେବେଳେ ଏହା ଘଟିଥିଲା, ସେକଥା କହି ନାହାନ୍ତି। କେବଳ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର୍ ସହ ଆଉ ଗୋଟିଏ ଘରୋଇ କାର୍ର ଧକ୍କା ହୋଇଥିଲା ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦୁର୍ଘଟଣା ପରେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟର ଯାଞ୍ଚ ଜଣେ ଡାକ୍ତର କରିଥିଲେ। ସେ କୌଣସି ପ୍ରକାରର ଗୁରୁତର ଆଘାତ ପାଇ ନାହାନ୍ତି। ଏବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ହେଲା, ତା’ର ତଦନ୍ତ କରାଯାଉଛି। ଘଟଣା ପରେ ଜେଲେନସ୍କିଙ୍କ ସହ ଥିବା ମେଡିକାଲ ଟିମ୍ ଘରୋଇ କାରର ଡ୍ରାଇଭରଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦେଇଥିଲେ।

 

Leave A Reply

Your email address will not be published.