ପାର୍ଲର ବିନା ସୁନ୍ଦର ହେବାକୁ ଚାହୁଁଛନ୍ତି କି ? ଲୁଣ ଦେବ ନ୍ୟାଚୁରାଲ୍ ଗ୍ଲୋ*

0

ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବା ସମସ୍ତଙ୍କ ଇଚ୍ଛା। ଖାସ୍ କରି ମହିଳାମାନେ ତ୍ୱଚାର ଚମକ ପାଇଁ ପାର୍ଲର ଠାରୁ ଆରମ୍ଭ କରି ବିଭିନ୍ନ ବିଉଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କିନ୍ତୁ ଅଧିକ କେମିକାଲ୍ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବାରୁ ଅନେକ ସମୟରେ ତ୍ୱଚା ଆହୁରି ଖରାପ ହୋଇଯାଏ।

ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ରହିଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ଏକ ସହଜ ଓ ଘରୋଇ ଉପାୟ। ରୋଷେଇଘରରେ ଥିବା ସାଧାରଣ ଲୁଣ ଆପଣଙ୍କ ତ୍ୱଚା, ଦାନ୍ତ ଏବଂ କେଶ ପାଇଁ ବହୁତ ଉପକାରୀ।

*କିପରି କରିବେ ବ୍ୟବହାର?*

*ତ୍ୱଚା ଉଜ୍ଜଳ ପାଇଁ*

ଲୁଣ, ଅଲିଭ ତେଲ ଓ ବାଦାମକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ଫେସ୍‌ରେ ସ୍କ୍ରବ ଭାବରେ ଲଗାଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ତ୍ୱଚା ହେବ ଉଜ୍ଜଳ ଓ ଚମକଦାର।

*ଦାନ୍ତ ଚମକାଇବା ପାଇଁ*

ଏକ ଚାମଚ ଲୁଣ ସହିତ ଥୋଡ଼ା ବେକିଙ୍ଗ ପାଉଡର ମିଶାଇ ବ୍ରଶ କଲେ ଦାନ୍ତର ହଳଦିଆପନ କମିବ ଓ ଚମକ ବଢ଼ିବ।

*ଲୁଣପାଣିର ଫାଇଦା*

ଲୁଣପାଣିରେ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଥିବାରୁ ଏହା ତ୍ୱଚାକୁ ସଂକ୍ରମଣରୁ ରକ୍ଷା କରେ। ଦେହ କୁଣ୍ଡାଇ, ଦରଜ କିମ୍ବା ତେଲିଆ ତ୍ୱଚା ପାଇଁ ଏହା ବହୁତ ଲାଭଦାୟକ। ଏହି ପାଣିରେ କେଶ ଧୋଇଲେ କେଶଝଡ଼ା କମିଥାଏ।

*ମୁହଁର ଦୁର୍ଗନ୍ଧ ଦୂର କରିବ*

ନିୟମିତ ଲୁଣପାଣିରେ କୁଳି କଲେ ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ।

*ନଖ ଚମକାଇବା ପାଇଁ*

ଲୁଣ, ଲେମ୍ବୁରସ, ବେକିଙ୍ଗ ସୋଡ଼ା ଓ ପାଣି ମିଶାଇ ପେଷ୍ଟ କରି ନଖରେ ଲଗାନ୍ତୁ। କିଛି ଦିନରେ ନଖ ହେବ ଚମକଦାର।

ଯଦି ଆପଣ ଏହି ଘରୋଇ ଟିପ୍ସଗୁଡ଼ିକୁ ନିୟମିତ ଅନୁସରଣ କରିବେ, ତେବେ କେବଳ କିଛି ଦିନ ମଧ୍ୟରେ ତାହାର ସୁଫଳ ଦେଖିପାରିବେ।

Leave A Reply

Your email address will not be published.