ଶିବଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଛନ୍ତି? ଏହି ଫୁଲ କରିବ ଆପଣଙ୍କ ମନୋକାମନା ପୂରଣ

0

ଭୁବନେଶ୍ବର (ଆମ ଟିଭି): ତ୍ରିଦେବଙ୍କ ମଧ୍ୟରେ ଶ୍ରେଷ୍ଠ ହେଉଛନ୍ତି ଭୋଳାଶଙ୍କର। ଯିଏ ନିଜ ଭକ୍ତଙ୍କୁ ବହୁତ ଭଲ ପାଆନ୍ତି। ସେମାନଙ୍କ କଷ୍ଟକୁ ହରଣ କରନ୍ତି। ଭୋଳା ବାବା ଅଧର୍ମକୁ ସହି ପାରନ୍ତି ନାହିଁ। ଧାର୍ମିକ ମାନ୍ୟତା ଅନୁସାରେ, ସୋମବାର ଦିନ ଭଗବାନ ଶିବଙ୍କୁ ସମର୍ପିତ । ଅନେକ ଲୋକ ସୋମବାର ଦିନ ଭଗବାନ ଶିବଙ୍କ ପୂଜା ଏବଂ ବ୍ରତ ମଧ୍ୟ କରିଥାନ୍ତି। କୁହାଯାଏ, ଯେଉଁ ବ୍ୟକ୍ତି ସୋମବାର ଦିନ ଭଗବାନ ଶିବ ଏବଂ ତାଙ୍କ ପରିବାରକୁ ପୂଜା କରିଥାନ୍ତି, ତା’ ଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି। ବ୍ରତ କରୁଥିବା ବ୍ୟକ୍ତିଙ୍କ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହାଛଡା ସୋମବାର ବ୍ରତ ଏବଂ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ ସମସ୍ତ ଦୁଃଖ, ରୋଗ, କଳି, ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

 

ଏହି ଦିନରେ ଶିବଙ୍କୁ ମନ ଧ୍ୟାନ ଦେଇ ପୂଜା କରିବା ଦ୍ବାରା ଭଗବାନ ଶିବ ଜଲଦି ପ୍ରସନ୍ନ ହୁଅନ୍ତି। ଏହା ସହିତ ଭକ୍ତଙ୍କର ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇ ଜଟାଧରୀ ଶିବ ଶଙ୍କରଙ୍କୁ ପ୍ରସନ୍ନ କରିବାରେ କୌଣସି କଠିନତାକୁ ସାମ୍ନା କରିବାକୁ ପଡିବ ନାହିଁ। କାରଣ ଏହା ଦ୍ବାରା ସହଜରେ ଭଗବାନ ଶିବ ଖୁସି ହୋଇଥାନ୍ତି।

 

*ଏମିତି କରନ୍ତୁ ଭୋଳନାଥଙ୍କୁ ପ୍ରସନ୍ନ:-*

 

*ବାହନ ପାଇଁ* : କୁହାଯାଏ ଯେ ବାହନ ସୁଖ ପାଇଁ ଶିବଙ୍କୁ ଚମେଲିର ଫୁଲ ଚଢ଼ାଇବା ଆବଶ୍ୟକ।

 

*ଧନ ସମ୍ପତ୍ତି ପାଇଁ* : ଧନୀ ହେବା ପାଇଁ ଭଗବାନ ଶିବଙ୍କୁ ପଦ୍ମ ଫୁଲ ,ଶଙ୍ଖ ପୁଷ୍ପ କିମ୍ବା ବେଲପତ୍ର ଚଢ଼ାନ୍ତୁ।

 

*ବିବାହରେ ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ* : ଯଦି ଆପଣଙ୍କ ବିବାହ ହେଉନାହିଁ ତେବେ ବେଲର ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ।

 

*ପୁତ୍ର ପ୍ରାପ୍ତି ପାଇଁ* : ଯଦି ଆପଣ ପୁଅ ଚାହୁଁଛନ୍ତି, ତେବେ ଶିବଙ୍କୁ ଦୁଦୁରାର ଲାଲ ଫୁଲକୁ ଅର୍ପଣ କରନ୍ତୁ।

 

*ମାନସିକ ଚିନ୍ତା ଦୂର କରିବା ପାଇଁ* : ମନର ଚିନ୍ତାକୁ ଦୂର କରିବା ପାଇଁ ଶିବଙ୍କୁ ଶେଫାଳି ଫୁଲ ଚଢ଼ାଇବା ଆବଶ୍ୟକ।

Leave A Reply

Your email address will not be published.