ଜୀ ସାର୍ଥକ ରେ ଜୁନ ୨୭ ତାରିଖ ସକାଳ ୫ ଟାରୁ ଦେଖନ୍ତୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ

0

ଭୁବନେଶ୍ବର (ଆମ ଟିଭି):  ଭଗବାନଙ୍କ ନିକଟତର ହେବେ ଭକ୍ତ l ଏଇ ମାସ ୨୭ ତାରିଖରେ ଦେଖିବାକୁ ପାଇବେ “ରଥଯାତ୍ରା”ର ସିଧାପ୍ରସାରଣ କେବଳ ଜୀ ସାର୍ଥକରେ ସକାଳ ୫ ଟା ରୁ। କେବଳ ରଥଯାତ୍ରା ନୁହେଁ ବରଂ ବାହୁଡା ଯାତ୍ରା ଦେଖିବେ ଜୁଲାଇ ୫ ତାରିଖ ସକାଳ ୬ ଟା ରୁ, ୬ ତାରିଖରେ ସୁନାବେଶ ଯାହା ଦିନ ୨ଟା ରୁ ଆରମ୍ଭ ହେବ ଓ ୮ ତାରିଖ ରାତି ୧୦:୩୦ ରୁ ଦେଖିବେ ନୀଳାଦ୍ରୀ ବିଜେର ମଧ୍ୟ ସିଧା ପ୍ରାସାରଣ କେବଳ ଜୀ-ସାର୍ଥକରେ। ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରାର ସମ୍ପୂର୍ଣ୍ଣ ଧାରାବିବରଣୀ ସହିତ, ଭକ୍ତିପୂର୍ଣ୍ଣ ଭଜନ ଓ ସମସ୍ତ ରୀତିନୀତିର ପ୍ରକୃତ ଅର୍ଥ ଆପଣ ପାଇବେ କେବଳ ଜୀ-ସାର୍ଥକରେ।

କେବଳ ଏତିକି ନୁହେଁ ବରଂ ନିଜସ୍ବ କ୍ୟାମେରାରେ ଜୀ ସାର୍ଥକ ଦେଖାଇବ କିଛି ଅନନ୍ୟ ରଥଯାତ୍ରା ଦୃଶ୍ୟ ଯାହା ଆପଣଙ୍କୁ ଦେବ ଏକ ରୋମାଞ୍ଚକ ଅନୁଭୂତି । ଓଡ଼ିଶାର ଲୋକପ୍ରିୟ ଭାଷ୍ୟକାର ତଥା କଟକ ଚଣ୍ଡିମନ୍ଦିର ବରିଷ୍ଠ ପୂଜକ ଶ୍ରୀ ମନୋଜ ପଣ୍ଡା ନିଜେ ବଡଦାଣ୍ଡରେ ରହି ଆପଣ ମାନଙ୍କୁ ଦେବେ ରଥଯାତ୍ରାର କିଛି ଅନନ୍ୟ ସୂଚନା ଓ ପୁରୀ ବଡ଼ଦାଣ୍ଡରୁ ସିଧା ପ୍ରସାରଣରେ ଆପଣଙ୍କୁ ଦେଖାଇବେ ଲକ୍ଷ ଲକ୍ଷ ଭକ୍ତଙ୍କ ଅନୁଭୂତି। । ଓଡ଼ିଶାର ସୁନାମଧନ୍ୟ ଗାୟକ ଓ ଗାୟିକା ଭଜନ ପରିବେଷଣ କରିବେ ଓ ପ୍ରବଚକ ମାନେ ମଧ୍ୟ ଅବିରତ ଧାରାବିବରଣୀ ଜାରି ରଖି ଆପଣଙ୍କୁ ବଡ଼ ଠାକୁରଙ୍କ ସବୁ ରୀତି ନୀତିର ଟିକିନିକି ସୂଚନା ।

ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଚିଫ ଚ୍ୟାନେଲ ଅଫିସର ହେଡ୍ ପ୍ରତୀକ ସିଲ କହିଛନ୍ତି ଯେ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ନେଇ ଆଗେଇଥିବା ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ ଜୀ-ସାର୍ଥକ ସର୍ବଦା ରାଜ୍ୟର ସମସ୍ତ ଗଣପର୍ବକୁ ପ୍ରାଧାନ୍ୟ ଦେଇଥାଏ। ଏହି ପରିପ୍ରେକ୍ଷିରେ ଦର୍ଶକଙ୍କ ପାଇଁ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଆମେ ଏଥର ଆମ ନିଜର କ୍ୟାମେରା ଟିମ୍ ସହିତ ସମସ୍ତ ଉପକରଣ ସବୁ ଆୟୋଜନ କରିଛୁ। ଆଶା କରୁଛୁ ସବୁ ବର୍ଷପରି ଏହି ବର୍ଷ ମଧ୍ୟ ଆମକୁ ଭଲପାଉଥିବା ଆମର ଅଗଣିତ ଦର୍ଶକ ରଥଯାତ୍ରା ପାଇଁ ଆମ ସହ ଯୋଡ଼ି ହୋଇ ରହିବେ ଓ ତିନି ଠାକୁରଙ୍କ ଏହି ଯାତ୍ରାକୁ ଅନୁଭବ କରିବେ ।

Leave A Reply

Your email address will not be published.