ଜୀ ସାର୍ଥକରେ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଶ୍ରାବଣ ମାସର ସ୍ପେଶାଲ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

0

ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି । ସେହିପରି ଆସନ୍ତା ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୬.୩୦ରୁ ପ୍ରସାରିତ ହେବ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’ । ଏହା ପୂର୍ବରୁ ଏହି ଫିଲ୍ମର ବିଗତ ୩ ଟି ସିକୱେଲକୁ ଆପଣମାନେ ବହୁତ ଭଲ ପାଇବା ଦେଇଥିଲେ । ‘ପାରି କରିବେ ଭୋଳାଶଙ୍କର ୪’ ରେ ସୁଜିତ ଆଉ ଅନନ୍ୟା ମୁଖ୍ୟ ଚରିତ୍ରରେ ନଜର ଆସିବେ । ବୈଦନାଥ ସଂଗୀତ ନିର୍ଦେଶନା ଦେଇ ଥିବା ବେଳେ ଗୀତ ଗୁଡିକୁ ଗାଇଛନ୍ତି ଶଶାଙ୍କ, ବିଷ୍ଣୁ ମୋହନ , ଅର୍ପିତା, କୁନମୁନ ଓ ସଂଗ୍ରାମ ।

ଶ୍ରାବଣ ମାସର ଶେଷ ସୋମବାରରେ, ରୁଦ୍ରପୁରରେ ଏକ ଭବିଷ୍ୟବାଣୀ ଅନୁଯାୟୀ, ଦୁଇଟି ଦିବ୍ୟ ସନ୍ତାନ ଜନ୍ମ ନିଅନ୍ତି। ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଜଣଙ୍କୁ ଅଲଗା କରାଯାଏ, ପୁଅକୁ ଜଣେ ପୁରୋହିତ ପାଳନ କରନ୍ତି ଓ ଝିଅଟିକୁ ଜଣେ ଡାକ୍ତର ପାଳନ କରନ୍ତି । ଏହା ମଧ୍ୟରେ ୨୫ ବର୍ଷ ଅତିକ୍ରମ କରେ, ପୁଅ ଶଙ୍କର ଜଣେ ନିର୍ଭୀକ ରକ୍ଷକ ଓ ଝିଅ ପଲ୍ଲବୀ ସହରର ଜଣେ ଡାକ୍ତର।

ସମୟକ୍ରମେ ଶଙ୍କରର ହଠାତ ମୃତ୍ୟୁ ହୁଏ ହେଲେ ହସ୍ପିଟାଲରେ ପଲ୍ଲବୀଙ୍କ ସ୍ପର୍ଶରେ ସେ ଚମତ୍କାର ଭାବରେ ପୁନର୍ଜୀବିତ। ଏହି ସମୟରେ ଜଣେ ବୃଦ୍ଧା ମହିଳା ପ୍ରକାଶ କରନ୍ତି ଯେ ସେମାନେ ଭୋଳାଶଙ୍କର ଏବଂ ଭୈରବୀଙ୍କ ପୁନର୍ଜନ୍ମ – ପୂର୍ବ ଜନ୍ମରେ ଦୁଷ୍ଟ ଅଧିରାଜ ଦ୍ୱାରା ବିଶ୍ୱାସଘାତକତା ଏବଂ ହତ୍ୟା କରାଯାଇଥିବା ଦୁଇଟି ଦିବ୍ୟ ଆତ୍ମା।

ସେପଟେ ଅଧିରାଜ ଲାଗିପଡନ୍ତି ରୁଦ୍ରପୁରରେ ଅଶାନ୍ତି ଆଣି ନିଜ ବିନାଶର ଭବିଷ୍ୟବାଣୀକୁ ରୋକିବାକୁ ହେଲେ ସେ କଣ ନିଜକୁ ରକ୍ଷା କରିପାରିବେ ? ଶଙ୍କର ଓ ପଲ୍ଲବୀ ପରସ୍ପରକୁ ଜାଣିପାରିବେ ତ ? ନିଜ ପରିବାରକୁ ନ୍ୟାୟ ଦେବେ ତ ? ରୁଦ୍ରପୁରରେ ଶାନ୍ତି ଫେରାଇ ଆଣି ପାରିବେ ତ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ ।

ଜୀ ସାର୍ଥକ ସବୁବେଳେ ଓଡିଆ ଦର୍ଶକଙ୍କ ପର୍ବ ସମୂହକୁ ଧ୍ୟାନରେ ରଖି ମନଛୁଆଁ ଫିଲ୍ମ ଆଣିଥାଏ । ନୂଆ ଓ ଭିନ୍ନ କାହାଣୀ ସହିତ ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛି ଜୀ ସାର୍ଥକ । ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କ ମନ ଜିତିବ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ପ୍ରତୀକ ସିଲ୍।

Leave A Reply

Your email address will not be published.