ଯାଜପୁର (ଆମ ଟିଭି): ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି । ଏହି ଲଗାଣ ବର୍ଷା ପାଇଁ ବଢ଼ୁଛି ନଦୀ ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ । ଯାଜପୁର, ଭଦ୍ରକରେ ଉପୁଜିପାରେ ବନ୍ୟାସ୍ଥିତି । ଯାଜପୁରର ଦଶରଥପୁର ଅଞ୍ଚଳ ଓ ଭଦ୍ରକର ଧାମନଗର ଅଞ୍ଚଳର ପଶିପାରେ ବନ୍ୟାପାଣି ।
ଅତିରିକ୍ତ ଚିଫ ଇଂଜିନିୟଙ୍କୁ ଯାଜପୁରରେ କ୍ୟାମ୍ପ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆନନ୍ଦପୁରରେ ବୈତରଣୀର ବିପଦ ସଂକେତ ୩୮ ଦଶମିକ ୩୬ ମିଟର ରହିଛି । ଏବେ ଜଳସ୍ତର ୩୯ ଦଶମିକ ୨ ମିଟର ଉପରେ ପ୍ରବାହିତ ହେଉଛି ।