ବିଜେପି ନେତାଙ୍କ ନଜରରେ ଆମେ ଶୁଦ୍ର: ଅଖିଳେଶ ଯାଦବ

0

ଲକ୍ଷେ୍ନø(ଆମ ଟିଭି): ବିଜେପିକୁ ନେଇ ବଡ଼ ବୟାନ ଦେଇଛନ୍ତି ଅଖିଳେଶ ଯାଦବ । ବିଜେପିକୁ ଟାର୍ଗେଟ କରିବା ସହ, ଭାରତୀୟ ଜନତା ପାର୍ଟି ଆମକୁ ଶୁଦ୍ର ବୋଲି ଭାବୁଛି ବୋଲି କହିଛନ୍ତି ଅଖିଳେଶ । ତାଙ୍କ କହିବା ମୁତାବକ, ବିଜେପି ନେତାଙ୍କ ନଜରରେ ଆମେ ସମସ୍ତେ ଶୁଦ୍ର । ଯେହେତୁ ଆମେ ସନ୍ଥ ଓ ମହାତ୍ମାମାନଙ୍କର ଆର୍ଶୀବାଦ ନେବାକୁ ଯାଉଛୁ, ତେଣୁ ବିଜେପି ଆମକୁ ଏପରି ଭାବୁଛି ବୋଲି ଅଖିଳେଶ ଯାଦବ କହିଛନ୍ତି ।

ଅସଲ କଥା ହେଉଛି, ଅଖିଳେଶ ଯାଦବ ଲକ୍ଷ୍ନୌର ଗୋମତୀ ନଦୀର କୂଳରେ ଥିବା ପୀତାମ୍ବରୀ ମନ୍ଦିର ପାଖରେ ହେଉଥିବା ମହାଯଜ୍ଞରେ ସାମିଲ ହେବାକୁ ପହଞ୍ଚିଥିଲେ । ଏହି ସମୟରେ ହିନ୍ଦୁ ମହାସଭା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ହିନ୍ଦୁ ସଙ୍ଗଠନର କର୍ମକର୍ତ୍ତା ତାଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.