ଭୁବନେଶ୍ବର (ଆମ ଟିଭି): ଆମ ବସ୍ ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର କଡ଼ା ପଦକ୍ଷେପ । ଏ ନେଇ ଉଚ୍ଚସ୍ତରୀୟ ବୈଠକ ପରେ ପରିବହନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡ୍ରାଇଭରଙ୍କର ଏଣିକି ଥାର୍ଡ ପାର୍ଟି ସ୍କ୍ରିନିଂ ଟେଷ୍ଟ କରାଯିବ । ସ୍କ୍ରିନିଂ ଟେଷ୍ଟ ପାସ୍ କଲେ ଡ୍ରାଇଭ୍ରଙ୍କୁ ଅନୁମତି ମିଳିବ, ନଚେତ ମିଳିବନି । ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ପ୍ରମାଣ କରିବେ ଇନସେଣ୍ଟିଭ ମିଳିବ । ସେହିପରି ଲେନ୍ ଡ୍ରାଇଭିଂକୁ ଗୁରୁତ୍ବ ଦେଉଛୁ, ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବୁ । ରୋଡ୍ ସେଫ୍ଟି ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି । ସ୍ମାର୍ଟ ସିଟି ଅଫିସ୍ରେ କିମ୍ବା କ୍ରୁଟ ଅଫିସ୍ରେ ଏମ୍ଡି ତଦାରଖ କରିବେ । ଯଦି ଆମ ବସ୍ ଟ୍ରାଫିକ ନିୟମ ଭାଙ୍ଗେ, ତାହେଲେ ଇ-ଚାଲାଣ କଟିବ । ସବୁର ତଦାରଖ ପାଇଁ ୫ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି ।
ଉଷା ପାଢ଼ୀ ଆଉ ମଧ୍ୟ କହିଛନ୍ତି ଆଜି ଏକ କମିଟି ଗଠନ ହୋଇଛି। ଯେଉଁଥିରେ ପରିବହନ କମିଶନର, ଡିସିପି, ଟ୍ରାଫିକ ଡିସିପି, କ୍ରୁଟ ଅଧିକାରୀ ପ୍ରମୁଖ ଏହାର ସଦସ୍ୟ ଅଛନ୍ତି। ପ୍ରତି ମାସକୁ ଥରେ କମିଟି ସମୀକ୍ଷା କରିବ । ଏହା ସହ ଲେନ୍ ଡ୍ରାଇଭକୁ ପରିବହନ ବିଭାଗ ଗୁରୁତ୍ବ ଦେଉଛି ଏବଂ ଏହା ମାସେ ପର୍ଯ୍ୟନ୍ତ ଅନୁଧ୍ୟାନ କରିବ ବୋଲି ସଚିବ ସୂଚନା ଦେଇଛନ୍ତି। ଯେଉଁ ଡ୍ରାଇଭର ଅଧିକ ସମ୍ବେଦନଶୀଳ ହେବେ ତାଙ୍କୁ ଇନସେନଟିଭ ମିଳିବ। ଟ୍ରାଫିକ ନିୟମ ଭଙ୍ଗ କଲେ ଉକ୍ତ ବସ୍ ନାଁରେ ଚାଲାଣ ମଧ୍ୟ କଟିବ।
ସେ ଆହୁରି ମଧ୍ୟ କହିଛନ୍ତି, ଏଣିକି ଡ୍ରାଇଭର ନିଯୁକ୍ତି ପ୍ରକ୍ରିୟାକୁ ଆହୁରି କଡ଼ାକଡ଼ି କରାଯିବ। ନୂତନ ଭାବରେ ନିଯୁକ୍ତି ପାଇଥିବା ଡ୍ରାଇଭରମାନଙ୍କୁ କଠୋର ତାଲିମ ଦିଆଯିବ, ଯେଉଁଥିରେ ସେମାନଙ୍କର ଡ୍ରାଇଭିଂ ଦକ୍ଷତା, ସଡ଼କ ସୁରକ୍ଷା ସଚେତନତା, ଲେନ୍ ଶୃଙ୍ଖଳା ଏବଂ ଆଚରଣଗତ ମାନଦଣ୍ଡ ମୂଲ୍ୟାଙ୍କନ ପାଇଁ ପାଞ୍ଚ ଦିନିଆ ବାଧ୍ୟତାମୂଳକ ମୂଲ୍ୟାଙ୍କନ ଏବଂ ପରୀକ୍ଷା ଅନ୍ତର୍ଭୁକ୍ତ। ସୁରକ୍ଷାର କଡ଼ା ଅନୁପାଳନକୁ ସୁନିଶ୍ଚିତ କରିବା ପାଇଁ ଆଗାମୀ ମାସ ପାଇଁ ସାମଗ୍ରିକ ପରିଚାଳନା ଉପରେ କଡ଼ା ନଜର ରଖାଯିବ। ଏଥିସହ ସେ ଗତକାଲିର ଘଟଣାକୁ “ଗମ୍ଭୀର ଦୁର୍ଭାଗ୍ୟଜନକ” ବୋଲି କହିବା ସହ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।