ଆମେ ବିବାଦରେ ପଶିବୁ ନାହିଁ , ଶରତ ପାୱାର

0

ମୁମ୍ବାଇ: ଏନ୍‌ସିପି ମୁଖ୍ୟ ଶରଦ ପାୱାର ରବିବାର ଆମେ ଧନୁ-ତୀର ବିବାଦରେ ପଶିବୁ ନାହିଁ ବୋଲି କହି ଏକନାଥ ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ କମିସନ ଅସଲ ଶିବସେନା କହି ଧନୁ-ତୀର ଚିହ୍ନ ପ୍ରଦାନ କରିବାକୁ ଏକପ୍ରକାର ସମର୍ଥନ କରିଛନ୍ତି। ଏହା ପୂର୍ବରୁ ସେ ଉଦ୍ଧବ ଠାକରେଙ୍କୁ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ପରିପ୍ରେକ୍ଷୀରେ ଏକ ନୂଆ ଚିହ୍ନ ଗ୍ରହଣ କରିନେବାକୁ ପରାମର୍ଶ ଦେଇଥିଲେ। ପାୱାର କହିଛନ୍ତି, ଏକନାଥ ସିନ୍ଦେଙ୍କୁ ଦିଆଯାଇଥିବା ନାମ ଓ ଚିହ୍ନକୁ ନେଇ ସେ ବିବାଦ ଭିତରେ ପଶିବାକୁ ଚାହାନ୍ତି ନାହିଁ। ଦୁଇଦିନ ତଳୁ ସେ ଏ ବିଷୟରେ ତାଙ୍କର ମତ ସ୍ପଷ୍ଟ କରିସାରିଛନ୍ତି ବୋଲି ରବିବାର ପୁନେଠାରେ କହିଛନ୍ତି।

ପାୱାରଙ୍କ ଏନ୍‌ସିପି ହେଉଛି ଉଦ୍ଧବ ଠାକରେଙ୍କ ଶିବସେନାର ଏକ ସହଯୋଗୀ ଦଳ ଏବଂ ଉଦ୍ଧବଙ୍କ ସରକାର ଭାଙ୍ଗିବା ପୂର୍ବରୁ ସେ ତାଙ୍କ ସହ ଓ କଂଗ୍ରେସ ସହ ମିଶି ସରକାର ଗଢ଼ିଥିଲେ।
ସମ୍ପ୍ରତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମହାରାଷ୍ଟ୍ର ଗସ୍ତ ଅବସରରେ ପାୱାର କହିଛନ୍ତି ଯେ, ଏକ କନକ୍ଲେଭର ଉଦ୍‌ଘାଟନୀ ସମାରୋହରେ ସେ ଅମିତ ଶାହଙ୍କ ସହିତ ଥିଲେ। ଶାହଙ୍କ ସହ ତାଙ୍କର କୌଣସି ମତପାର୍ଥକ୍ୟ ନାହିଁ। ଶାହ ତାଙ୍କ ଭାଷଣରେ ଯାହାସବୁ କହିଲେ ସେଥିରେ କୌଣସି ତ୍ରୁଟି ବା ବିରୋଧାଭାସ ସେ ଦେଖୁନାହାନ୍ତି ବୋଲି ପାୱାର କହିଛନ୍ତି।

ଉଦ୍ଧବ ନେତୃତ୍ବାଧୀନ ଶିବସେନା ପରାଜୟକୁ ଗ୍ରହଣ କରିବାକୁ ଏବଂ ବାଲାସୋହେବଙ୍କ ଲିଗାସିର ପ୍ରତୀକ ଧନୁ-ତୀରକୁ ହରାଇବାକୁ ପ୍ରସ୍ତୁତ ନୁହେଁ। ତେଣୁ ସେମାନେ ନିର୍ବାଚନ କମିସନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମ୍‌କୋର୍ଟ ଯିବାକୁ ମସୁଧା କରୁଛନ୍ତି।

Leave A Reply

Your email address will not be published.