ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ ବିଜିନେସ୍ ଆଡମିନଷ୍ଟ୍ରେସନ୍ର ନୂତନ ଶିକ୍ଷାବର୍ଷ ପାଇଁ ନବାଗତ ଏମବିଏ ଓ ଏମ୍ସିଏର ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସ୍ବାଗତ ସସର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସ୍ବାଗତ ଉତ୍ସବରେ ନାଲ୍କୋର ପୂର୍ବତନ ସିଏମ୍ତି ଡକ୍ଟର ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି, ତତ୍ଵ ଟେକ୍ନୋଲୋଜି ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀଯୁକ୍ତ ଅୟସକାନ୍ତ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଦିଲ୍ଲୀପ ବିଶୋଇ ଯଥାକ୍ରମେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବିଳିଷ୍ଠ ମନ୍ତବ୍ୟ ପ୍ରଦାନ କରିଥିଲେ ।

ଏଥିରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ଯୋଗଦେଇ ଉନ୍ନତମାନର ଶିକ୍ଷାଦାନ ସହିତ ନବାଗତ ଏମବିଏ ଓ ଏମ୍ସିଏର ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତର ଶିକ୍ଷା ଗ୍ରହଣ କରି କିପରି ଉଜ୍ଜଳ ଭବିଷ୍ୟତ ଗଠନ କରିପାରିବେ ତାହା ତାଙ୍କ ବକ୍ତବ୍ୟ ମାଧ୍ୟମରେ ଉଦ୍ବୋଧନ ଦେଇଥିଲେ । ଉକ୍ତ ଉତ୍ସବରେ ଅନୁଷ୍ଠାନର ସହ ପ୍ରତିଷ୍ଠାତ୍ରୀ ପ୍ରଫେସର ସ୍ମୃତିସୁଧା ନାୟକ, ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ ଡକ୍ଟର ରାଜେସ ସ୍ୱାଇଁ, ଏମ୍ବିଏ ବିଭାଗୀୟ ମୁଖ୍ୟ ପ୍ରଫେସର ସ୍ଥିତପ୍ରଜ୍ଞ ଦେବଦତ୍ତ ସାମଲ ଓ ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିବା ସହ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନର ନୀତି, ନିୟମ ଓ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଦିଗ୍ଦର୍ଶନ ପ୍ରଦାନ କରିଥିଲେ I
ଅନ୍ତିମ ପର୍ଯ୍ୟାୟରେ ଏମ୍ସିଏ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଭାକର ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ବରିଷ୍ଠ ଅଧ୍ୟାପିକା ପ୍ରଫେସର ବିନିତା ଦେବଯାନୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ନବାଗତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଆୟୋଜିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶି ହୋଇଥିଲା।