ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମବଙ୍ଗ ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର (ଜୁଲାଇ ୧୪) ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଟି ବୁଥରେ ପୁନଃ ମତଦାନ ଘୋଷଣା କରିଛନ୍ତି। ଏହାପୂର୍ବରୁ ଜୁଲାଇ ୧୦ ରେ, ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ୧୯ ଟି ଜିଲ୍ଲାର ୬୯୬ ଟି ବୁଥରେ ପୁନଃମତଦାନ କରାଯାଇଥିଲା। ପଶ୍ଚିମବଙ୍ଗରେ ତିନି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୁଲାଇ ୮ ରେ ମତଦାନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରାୟ ୨୦ ଜଣ ଲୋକ ନିର୍ବାଚନ ହିଂସାର ଶିକାର ହୋଇଥିଲେ।
ଏହା ପରେ, କିଛି ଆସନରେ ପୁନ-ମତଦାନ ବେଳେ ପୁନର୍ବାର ଅନେକ ସ୍ଥାନରେ ହିଂସା ହୋଇଥିଲା। ବୁଥ କ୍ୟାପଚର ହେତୁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁବାର (ଜୁଲାଇ ୧୩) ତିନୋଟି ଜିଲ୍ଲାର ୨୦ ଟି ବୁଥରେ ପଞ୍ଚାୟତ ନିର୍ବାଚନକୁ ବାତିଲ କରି ଦେଇଛନ୍ତି। ବର୍ତ୍ତମାନ ଏହି ଜିଲ୍ଲାର ବୁଥରେ ମତଦାନ ଅନୁଷ୍ଠିତ ହେବ ।